ବନ୍ଦ ହୋଇଗଲା ରୋଜଗାର, ନୂଆ ବାଟ ଆପଣାଇ ଛାତ୍ରଛାତ୍ରୀଙ୍କ ପ୍ରେରଣା ପାଲଟିଛନ୍ତି ଶିକ୍ଷକ କେ. ଶାଜି

କୋଜିକୋଡେ: କୋଜିକୋଡେର କେ. ଶାଜି। ବୟସ ୪୫ ବର୍ଷ। କୋଡ଼ୁଭାଲୀରେ ଦୀର୍ଘ ୨୮ ବର୍ଷ ଧରି ଆଖପାଖର କଲେଜର ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଏବଂ ପଦାର୍ଥ ବିଜ୍ଞାନ ଶିକ୍ଷା ଆସୁଛନ୍ତି। ମହାମାରୀ ଏହି ଶିକ୍ଷକଙ୍କୁ ପାଞ୍ଚ ମାସ ହେବ ଆଣି ଦେଇଛି ବହୁ କ‌ଷ୍ଟ। ବନ୍ଦ ହୋଇଯାଇଛି ରୋଜଗାର। ହାରି ନ ଯାଇ ବଞ୍ଚିବାର ବିକଳ୍ପ ବାହାର କରିଥିଲେ ସେ। ତାଙ୍କ ଘରର ବାରଣ୍ଡାକୁ ଏକ ଦୋକାନରେ ପରିଣତ କରି ଗତ ତିନିମାସ ହେବ ସେ ଏହାକୁ ଚଳାଇ ଆସୁଛନ୍ତି। ଶାଜି କହନ୍ତି, ମୁଁ କୋଡୁଭାଲୀରେ ଗୁରୁକୁଲମ୍ ପାରାଲାଲ୍‌ କଲେଜର ପ୍ରଧାନଶିକ୍ଷକ ଏବଂ ମାଲିକ ଥିଲି । ମାର୍ଚ୍ଚରେ ଯେତେବେଳେ ଶିକ୍ଷାନୁଷ୍ଠାନ ଗଡ଼ିକ ବନ୍ଦ ହୋଇଥିଲା। ମୁଁ ପ୍ରଥମେ ଭାବିଲି ଏହା ଏକ ସ୍ୱଳ୍ପ ସମୟ ପାଇଁ ହେବ। କିନ୍ତୁ ୬ମାସ ଧରି ଲକଡାଉନ୍ ଚାଲିଲା।

ମୁଁ ଅନ୍ୟ ଉପାୟ ଅନୁସନ୍ଧାନ କଲି ଏବଂ ହୋଲସେଲରେ କିଣାଯାଇଥିବା ଡ୍ରେସର ଖୁଚୁରା ବିକ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲି ବୋଲି ଶାଜି କହିଛନ୍ତି। ମଣିପୁରମ୍‌ରେ ଥିବା ତାଙ୍କ ଘରର ବାରଣ୍ଡା ଅଗଷ୍ଟ ୧୨ରୁ ଏକ ଘର ଷ୍ଟୋର୍‌ରେ ପରିଣତ କଲେ। ମୋର ବନ୍ଧୁ ଏବଂ ସ୍ଥାନୀୟ ବାସିନ୍ଦା ପ୍ରଥମ ଗ୍ରାହକ ହେଲେ, ଯେହେତୁ ସେମାନେ ମୋତେ ସମର୍ଥନ କରିବାକୁ ଚାହୁଁଥିଲେ। ପରେ ମୁଁ ସାବୁନ୍, ସାନିଟାଇଜର ଏବଂ ଡିଟରଜେଣ୍ଟ ପରି ଅନ୍ୟ କିଛି ଆଇଟମ୍ ସେଥିରେ ବିକ୍ରି କରିବା ଆରମ୍ଭ କରିଥିଲି। ବର୍ତ୍ତମାନ ମୁଁ କୌଣସି ପ୍ରକାରେ ଚଳିବାକୁ କରିବାକୁ ସକ୍ଷମ ବୋଲି ଶାଜି କହିଛନ୍ତି।

ଶାଜି କହନ୍ତି, ମୋ ଭଳି ଅନେକ ଲୋକ ଅଛନ୍ତି, ଯାହାଙ୍କର ଜୀବିକା ରାତାରାତି ମହାମାରୀ ଛଡ଼ାଇ ନେଲା। କିନ୍ତୁ ମୁଁ ସମଗ୍ର ବିଶ୍ୱକୁ କହିବାକୁ ଚାହେଁ ଯେ, କୌଣସି ପ୍ରତିକୂଳ ପରିସ୍ଥିତିରେ ବି ସମ୍ଭାବନା ଅଛି। ଆମେ ଏହାକୁ ଖୋଜିବାକୁ ଚେଷ୍ଟା କରିବା ଉଚିତ୍ । ଘରେ ନିଷ୍କ୍ରିୟ ହୋଇ ବସିବା ଅପେକ୍ଷା ଅନ୍ୟ କିଛି ଉଦ୍ୟମ କରିବା ଦରକାର।

କୋଭିଡ ଶିକ୍ଷାଦାନ ପ୍ରତି ତାଙ୍କର ଆଗ୍ରହକୁ ଛଡ଼ାଇ ନେଇ ପାରି ନଥିଲେ। ମୁଁ ବର୍ତ୍ତମାନ ଗୁଗୁଲ୍ ପ୍ଲସ୍ ମାଧ୍ୟମରେ ଅନଲାଇନ୍ କ୍ଲାସ୍ କରୁଛି। ହେଲେ ଛାତ୍ରଛାତ୍ରୀ ସଂଖ୍ୟା ବହୁତ କମ୍ ରହିଛି। ଛାତ୍ରଛାତ୍ରୀ ଓ ସମାଜ ପାଇଁ ଶାଜୀ ପ୍ରେରଣାର ପ୍ରତୀକ ପାଲଟିଛନ୍ତି।

The post ବନ୍ଦ ହୋଇଗଲା ରୋଜଗାର, ନୂଆ ବାଟ ଆପଣାଇ ଛାତ୍ରଛାତ୍ରୀଙ୍କ ପ୍ରେରଣା ପାଲଟିଛନ୍ତି ଶିକ୍ଷକ କେ. ଶାଜି first appeared on Sambad.



from ବିଶେଷ – Sambad https://ift.tt/2IFk3Uk

Post a Comment

0 Comments