୭ବର୍ଷ ପୂର୍ବରୁ ଦୋକାନର ନାମ ରଖିଥିଲେ ‘କରୋନା’; କୋଭିଡ-୧୯ ମହାମାରୀ ସମୟରେ ମିଳିଲା ଲାଭ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ସମୟରେ ‘କରୋନା’ ଶବ୍ଦ ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ସମଗ୍ର ଦୁନିଆରେ ସଂକ୍ରମିତ ହୋଇଥିବା ଏହି ମହାମାରୀର ନାମକୁ ନେଇ ୭ବର୍ଷ ପୂର୍ବରୁ କେରଳର ଜଣେ ବ୍ୟକ୍ତି ତାଙ୍କ ଦୋକାନରେ ବୋର୍ଡ ଲଗାଇ ଥିଲେ। ଆଉ ସେଥିରେ ଲେଖିଥିଲେ ‘କରୋନା’ । ସମ୍ପ୍ରତି ଏହି ଦୋକାନ ନିଜର ସାମଗ୍ରୀ ପାଇଁ ନୁହେଁ, ବରଂ ନାମ ପାଇଁ ଅଧିକାଂଶ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।

‘କରୋନା’ ବୋର୍ଡ ଲଗାଇଥିବା ଦୋକାନ ମାଲିକଙ୍କ ନାମ ଜର୍ଜ ବୋଲି ଜଣାପଡ଼ିଛି। ସେ କୋଟ୍ଟାୟମରେ ବସବାସ କରୁଥିବା ବେଳେ ସାତ ବର୍ଷ ପୂର୍ବରୁ ନିଜ ଦୋକାନର ନାମ ‘କରୋନା’ ରଖିଥିଲେ। ତେବେ ଜର୍ଜ କେବେ ସ୍ବପ୍ନରେ ବି ଭାବି ନଥିଲେ କି ସେ ଦୋକାନର ଯେଉଁ ନାମ ରଖିଛନ୍ତି ସେହି ନାମ ଦିନେ ଦୁନିଆରେ ଭୟ ସୃଷ୍ଟି କରିବ। ଆଉ ଲୋକେ କରୋନା ନାମ ଶୁଣି ଭୟଭୀତ ହୋଇଯିବେ।

 


କୋଭିଡ-୧୯ ମହାମାରୀ ପାଇଁ ଅନେକ ଲୋକ ସେମାନଙ୍କ ଜୀବିକା ହରାଇ ଥିବା ବେଳେ ଦୋକାନ ନାମ ‘କରୋନା’ ରଖିଥିବା ହେତୁ ଅଧିକ ଗ୍ରାହକ ତାଙ୍କ ଦୋକାନକୁ ଅସୁଥିବା ଜର୍ଜ କହିଛନ୍ତି।
ଜର୍ଜଙ୍କ କହନ୍ତି, ‘କରୋନା ଏକ ଲାଟିନ ଶବ୍ଦ। ଯାହାର ଅର୍ଥ କ୍ରାଉନ(ମୁକୁଟ) ହୋଇଥାଏ। ୭ବର୍ଷ ପୂର୍ବରୁ ମୁଁ ଦୋକାନର ନାମ ଏପରି ରଖିଥିଲି। ଏବେ ଏହି ନାମ ମୋ ବ୍ୟବସାୟରେ ଶୁଭଫଳ ଆଣିଛି।’

 

 

The post ୭ବର୍ଷ ପୂର୍ବରୁ ଦୋକାନର ନାମ ରଖିଥିଲେ ‘କରୋନା’; କୋଭିଡ-୧୯ ମହାମାରୀ ସମୟରେ ମିଳିଲା ଲାଭ first appeared on Sambad.



from ବିଶେଷ – Sambad https://ift.tt/2IOZJQL

Post a Comment

0 Comments