
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଅନେକ ଆସନ ପାଇଁ ଟଙ୍କା ଏବଂ ବହୁବଳୀର ଲଢ଼େଇ ହୋଇଥାଏ। ଏହାରି ଭିତରେ ଲକ୍ଷ୍ମୀସରାଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାରତ ମହାଟୋଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।
ଭାରତ ମହାଟୋଙ୍କ ଘରେ ଏକ ଛୋଟ ମୋବାଇଲ୍ ଅଛି। ଏହି ଫୋନକୁ ତାଙ୍କ ପୁଅ କେତେବେଳେ କେମିତି ଫୋନ୍ କରି ଭଲମନ୍ଦ ବୁଝି ଥାଆନ୍ତି। ଏମିତି କି ତାଙ୍କ ପାଦରେ ଚପଲ ଖଣ୍ଡେ ବି ନାହିଁ। କେବଳ ଏତିକି ନୁହେଁ, ନାମାଙ୍କନପତ୍ର ଦାଖଲ ସମୟରେ ସେ ତାଙ୍କ ଶଢ଼ୁର ନମ୍ବର ଦେଇଥିବା ଜଣାପଡ଼ିଛି। କାରଣ ଯଦି କିଏ କାମରେ ଫୋନ୍ କରନ୍ତି ତାଙ୍କ ଫୋନ୍ ଲାଗିବ କି ନାହିଁ, ଫୋନରେ ବାଲାନ୍ସ ଥିବ କି ନାହିଁ ତାହାର କୌଣସି ଠିକଣା ନାହିଁ।
୭୨ବର୍ଷୀୟ ଭରତ ମହାଟୋ ଏପର୍ଯ୍ୟନ୍ତ ୧୨ଥର ନିର୍ବାଚନ ଳଢ଼ି ସାରିଛନ୍ତି। ଏଯାବତ ସେ ସମସ୍ତ ନିର୍ବାଚନ ପଞ୍ଚାୟତ ସ୍ତରରେ ଲଢ଼ିଥିଲେ। ଚଳିତ ଥର ସେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

ଗଣମାଧ୍ୟମ ସହିତ କଥା ହେବା ସମୟରେ ମହାଟୋ କହିଛନ୍ତି ଯେ ସେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ନିର୍ବାଚନ ଲଢ଼ିଛନ୍ତି ତାହା ତାଙ୍କର ମନେ ନାହିଁ। ସେ ଏହାର ହିସାବ ରଖିବା କଥା ବି କେବେ ଭାବି ନାହାନ୍ତି। କେବଳ ଏତିକି ମନେ ଅଛି ପ୍ରଧାନଙ୍କ ଠାରୁ ଆରମ୍ଭ କରି ୱାର୍ଡ, ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିଛନ୍ତି ଆଉ ଅସଫଳ ରହିଛନ୍ତି।
ମହାଟୋ କହିଛନ୍ତି, ଆମ ପାଖରେ ଟଙ୍କା କେଉଁଠି ଅଛି ଯେ ଆମେ ନିର୍ବାଚନ ଲଢ଼ିବୁ। ଯେଉଁମାନଙ୍କ ପାଖରେ ଟଙ୍କା ଅଛି ସେମାନେ ନିର୍ବାଚନ ଜିତିବେ। ଝିଅ ବାହାଘର ସମୟରେ କରିଥିବା ଋଣକୁ ଏଯାବତ ସୁଜା ଚାଲିଛି। ଦୁଇ ପୁଅ ବାହାରେ ଏକ କାରଖାନାରେ କାମ କରନ୍ତି | ପୁଅ ଟଙ୍କା ପଠାଇବାରୁ ମୁଁ ନାମାଙ୍କନ ପତ୍ର ଦାଖଲ କରି ପାରିଲି। ଜାଣିଛି ଏଥର ବି ନିର୍ବାଚନ ହାରିଯିବି କିନ୍ତୁ ଲଢ଼ିବି।
The post ଆଣ୍ଡ୍ରୋଏଡ ଫୋନ ତ ଦୂରର କଥା ପିନ୍ଧିବାକୁ ଚପଲ ଖଣ୍ଡେ ନାହିଁ; ହେଲ ବି ନିର୍ବାଚନ ଲଢ଼ୁଛନ୍ତି ଏହି ବୃଦ୍ଧ first appeared on Sambad.
from ବିଶେଷ – Sambad https://ift.tt/34nfdDT
0 Comments