କ୍ୟାବ ଡ୍ରାଇଭର ଗୋଟେ କି ଦୁଇଟା ନୁହେଁ ଏକାଥରକେ ଦଶଟି ଭିନ୍ନ ଭିନ୍ନ ଭାଷା କହି ପାରୁଛନ୍ତି

ନୂଆଦିଲ୍ଲୀ: ଦୁବାଇର ଜଣେ କ୍ୟାବ ଡ୍ରାଇଭର ଗୋଟେ କି ଦୁଇଟା ନୁହେଁ, ଏକାଥରକେ ଦଶଟି ଭିନ୍ନ ଭିନ୍ନ ଭାଷା କହି ପାରୁଛନ୍ତି। ସ୍ପଷ୍ଟ ତଥା ନିର୍ଭୁଲ ଭାବେ ସବୁ ଭାଷାକୁ ସେ ଭଲ ଭାବେ କହିପାରୁଛନ୍ତି। ତାଙ୍କର ଏଭଳି ଭାଷାଜ୍ଞାନ ଯୋଗୁ ସେ ଏବେ ସୋସିଆଲ ମିଡିଆରେ  ଚର୍ଚ୍ଚାରେ ରହିଛନ୍ତି।

ଦୁବାଇର କ୍ୟାବ ଡ୍ରାଇଭର ୩୩ ବର୍ଷୀୟ ହୁସେନ ସୟଦ ୟୁଏଇରେ ଡାକ୍ତରୀ ଶିକ୍ଷା ନେଉ ଥିଲେ। ତାଙ୍କ ପତ୍ନୀଙ୍କର ହୃତପିଣ୍ଡ ସମସ୍ୟା ଥିଲା। ସ୍ତ୍ରୀଙ୍କ ଚିକିତ୍ସା କରିବା ପାଇଁ ୟୁଏଇ ଛାଡ଼ିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ।

ଏହା‌ପରେ ଭାଷା ପ୍ରତିବନ୍ଧକ ହଟାଇବା ତଥା ଅନ୍ୟ ଲୋକଙ୍କ ସହ ଭଲ ସମ୍ବନ୍ଧ ରକ୍ଷା କରିବା ଉଦ୍ଦେଶ୍ୟ‌ରେ ସେ ବିଭିନ୍ନ ଭାଷା ଶିକ୍ଷା କରିବାକୁ ଚାହିଁଥିଲେ। ତେବେ ହୁସେନ ଏ ସବୁ ପାଇଁ କିଛି ଭାଷାର କୋର୍ସ କରି ନାହାନ୍ତି । ସମସ୍ତ ଭାଷା ସେ ଗୁଗଲ ଟ୍ରାନ୍ସଲେଟ୍ ଓ ଅନଲାଇନରେ ଉପଲବ୍ଧ ଥିବା ଲାଙ୍ଗୁଏଜ ଲର୍ଣ୍ଣିଙ୍ଗ ଆପ୍ ମାଧ୍ୟମରେ ଶିଖିଛନ୍ତି। ଦୁବାଇର କ୍ୟାବ ଡ୍ରାଇଭର ହୁସେନ ସୟଦ ଇଂରାଜି, ହିନ୍ଦୀ, ଆରବୀୟ, ତାଗଲୋଗ, ମାଲାୟାଲମ, ଚାଇନିଜ, ରୁଷୀୟ, ଫରାସୀ, ଉର୍ଦୁ ଓ ପାସ୍ତୋ ଭଳି ୧୦ଟି ଭାଷା କହିପାରୁଛନ୍ତି ।

ତାଙ୍କ ମତ ଯେ ଜଣେ ଅଜଣା ଲୋକଙ୍କ ସହ ତାଙ୍କ ଭାଷାରେ କଥା ହେଲେ ସେମାନେ ଆପେ ଆପେ ଖୁସି ହୋଇଯାଇଥାନ୍ତି। କେବଳ ଏତିକି ନୁହେଁ, ଏହା ସହ ପରସ୍ପର ମଧ୍ୟରେ ଭଲ ବୁଝମଣା ଓ ପରସ୍ପର ପ୍ରତି ସମ୍ମାନ ମଧ୍ୟ ରହିଥାଏ।

The post କ୍ୟାବ ଡ୍ରାଇଭର ଗୋଟେ କି ଦୁଇଟା ନୁହେଁ ଏକାଥରକେ ଦଶଟି ଭିନ୍ନ ଭିନ୍ନ ଭାଷା କହି ପାରୁଛନ୍ତି first appeared on Sambad.



from ବିଶେଷ – Sambad https://ift.tt/3nLHhbs

Post a Comment

0 Comments