‘ବିଗ୍‌ ବ୍ୟାଙ୍ଗ୍’ରୁ ବ୍ରହ୍ମାଣ୍ଡ ଆରମ୍ଭ ହୋଇନାହିଁ, ଏହା ପୂର୍ବରୁ ଅନ୍ୟ ଏକ ବ୍ରହ୍ମାଣ୍ଡ ଥିଲା: ନୋବେଲ୍ ବିଜୟୀ ରୋଜର୍ ପେନ୍‌ରୋଜ୍

ନୂଆଦିଲ୍ଲୀ: ‘ବିଗ୍‌ ବ୍ୟାଙ୍ଗ୍’ରୁ (ମହାବିସ୍ଫୋରଣ) ବ୍ରହ୍ମାଣ୍ଡ ଆରମ୍ଭ ହୋଇନାହିଁ। ବାସ୍ତବରେ ଏହା ପୂର୍ବରୁ ଅନ୍ୟ ଗୋଟିଏ ବ୍ରହ୍ମାଣ୍ଡ ଥିଲା ଏବଂ ‘ବିଗ୍‌ ବ୍ୟାଙ୍ଗ୍’ ସେହି ବ୍ରହ୍ମାଣ୍ଡ ବିଲୟ ବୋଲି ନୋବେଲ୍ ବିଜୟୀ ରୋଜର୍ ପେନ୍‌ରୋଜ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ମଧ୍ୟ ସେ ପୁରାତନ ବ୍ରହ୍ମାଣ୍ଡକୁ ଦେଖି ହେଉଛି।

ସମ୍ପ୍ରତି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ସହ ସମ୍ପୃକ୍ତ ରୋଜର୍‌ ପେନ୍‌ରୋଜ୍ ପଦାର୍ଥ ବିଜ୍ଞାନ ନିମନ୍ତେ ୨୦୨୦ ନୋବେଲ୍‌ ପୁରସ୍କାର ବିଜୟୀ ହୋଇଥିବା କଥା ମଙ୍ଗଳବାର ଦିନ ଘୋଷଣା କରାଯାଇଥିଲା। କୃଷ୍ଣ ଗହ୍ବର ଉପରେ ଗବେଷଣା ନିମନ୍ତେ ତାଙ୍କୁ ନୋବେଲ୍ ପୁରସ୍କାର ମିଳିଛି।

ଇଂଲଣ୍ଡର ଅନ୍ୟତମ ଗଣମାଧ୍ୟମ ‘ଦି ଟେଲିଗ୍ରାଫ୍‌’କୁ ପେନ୍‌ରୋଜ୍ କହିଛନ୍ତି, ‘ବିଗ୍‌ ବ୍ୟାଙ୍ଗ୍’ ଆରମ୍ଭ ନୁହେଁ। ‘ବିଗ୍‌ ବ୍ୟାଙ୍ଗ୍’ ପୂର୍ବରୁ କିଛି ଅଜ୍ଞାନ୍ତ ଥିଲା ଏବଂ ଭିବିଷ୍ୟତରେ ମଧ୍ୟ ସେଭଳି ହେବ।

Image Courtesy of University of Cambridge

ବ୍ରହ୍ମାଣ୍ଡ ପ୍ରସାରିତ ହୋଇ ଚାଲିଛି ଏବଂ ସମସ୍ତ ବସ୍ତୁତ୍ବ କ୍ଷୟ ହେଉଛି। ମୋର ଏହି ପାଗଳ ତତ୍ତ୍ବ ଅନୁସାରେ, ସେ ସୁଦୂର ଭବିଷ୍ୟତ ଅନ୍ୟ ଏକ ଯୁଗର ‘ବିଗ୍‌ ବ୍ୟାଙ୍ଗ୍’ ସଂଘଠିତ ହେବ।

ରୋଜର୍ ପେନ୍‌ରୋଜ୍‌ଙ୍କ କହିବା ଅନୁସାରେ, ବାସ୍ତବରେ ‘ବିଗ୍‌ ବ୍ୟାଙ୍ଗ୍’ ପୂର୍ବ ଯୁଗର ସୁଦୂର ଭବିଷ୍ୟତର କୌଣସି ଅଜ୍ଞାନ୍ତରୁ ଆରମ୍ଭ ହୋଇଥିଲା। ଏଭଳି ଭାବେ ହକିଙ୍ଗ୍ ବାଷ୍ପିଭବନ ଜରିଆରେ ଗୃଷ୍ଣଗହ୍ବର ସବୁ ମଧ୍ୟ ବାଷ୍ପିଭୂତ ହୋଇଯାଉଥିବେ। ସେସବୁ ଆକାଶରେ କିଛି ବିନ୍ଦୁ ସୃଷ୍ଟି କରେ ଯାହାକୁ ମୁଁ ହକିଙ୍ଗ୍ ବିନ୍ଦୁ କହିଥାଏ। ଆମେ ସେଗୁଡ଼ିକୁ ଦେଖୁଛୁ। ଏହି ବିନ୍ଦୁଗୁଡ଼ିକ ଚନ୍ଦ୍ରର ଗୋଲେଇ ଠାରୁ ଆଠଗୁଣ ବଡ଼ ଏବଂ ସମ୍ପୃକ୍ତ ଅଞ୍ଚଳକୁ ସାମାନ୍ୟ ଉଷୁମ କରିପକାନ୍ତି। ଏଭଳି ଅନ୍ୟୂନ ଛଅଟି ବିନ୍ଦୁର ସୁସ୍ପଷ୍ଟ ପ୍ରମାଣ ରହିଛି।



from ବିଶେଷ – Sambad https://ift.tt/3dfpvZf

Post a Comment

0 Comments