
କଲମ୍ବିୟାର ଆନ୍ଟିଓକ୍ବିୟା ଅଞ୍ଚଳରେ ପାହାଡ଼ କାନ୍ଥରେ ଅସ୍ଥାୟୀ ହୋଟେଲ୍ ଚଳାଉଛନ୍ତି ଜଣେ ସ୍ଥାନୀୟ ବ୍ୟକ୍ତି। ରୋମାଞ୍ଚ ଚାହୁଁଥିବା ପର୍ଯ୍ୟଟକଙ୍କୁ ସେହି ହୋଟେଲ୍ ଆକର୍ଷିତ କରୁଛି। ହୋଟେଲ୍ର ନାମ- ‘ଲା କାସା ଏନ୍ ଏଲ୍ ଏଆରି’; ଓଡ଼ିଆରେ- ‘ପବନରେ ହୋଟେଲ୍’। ସମୁଦ୍ର ପତ୍ତନଠାରୁ ପ୍ରାୟ ପଚିଶ ଶହ ମିଟର୍ ଉଚ୍ଚତାରେ ଆନ୍ଟିଓକ୍ବିୟା ଅବସ୍ଥିତ। ଏକ ପାହାଡ଼ କାନ୍ଥରେ, ଭୂମିଠାରୁ ତିରିଶ ମିଟର୍ ଉଚ୍ଚତାରେ ହୋଟେଲ୍ଟି ତିଆରି କରାଯାଇଛି।

କାଠ ଓ ଟିଣରେ ଗଢ଼ା ହୋଟେଲ୍ରେ ମାତ୍ର ତିନିଟି ପ୍ରକୋଷ୍ଠ। ସୋଲାର୍ ସେଲ୍ ଦ୍ବାରା ହୋଟେଲ୍ଟି ଆଲୋକିତ। ସ୍ଥାନଟି ବିପଦପୂର୍ଣ୍ଣ। ଅବସ୍ଥିତି ଦୁର୍ଗମ ଅଞ୍ଚଳରେ। ପର୍ଯ୍ୟଟକମାନଙ୍କୁ ପାନୀୟ ଜଳ ଓ ଖାଦ୍ୟ ନିଜ ସହ ଆଣିବା ଛଡ଼ା ଅନ୍ୟ ବ୍ୟବସ୍ଥା ନାହିଁ। କେବଳ ପାଦରେ ଚାଲିଚାଲି ସେଠାରେ ପହଞ୍ଚିହେବ; ଅନ୍ୟ କୌଣସି ବିକଳ୍ପ ନାହିଁ। ରୋମାଞ୍ଚ ଖୋଜୁଥିବା ମଣିଷଙ୍କ ପାଇଁ ବହୁ ବ୍ୟବସ୍ଥା ଅଛି। ଗୋଟିଏ ହେଉଛି ଶୂନ୍ୟରେ ଝୁଲନ୍ତା ଦୋଳାରେ ରାତ୍ରିଯାପନ।
The post ପାହାଡ଼ କାନ୍ଥରେ ରୋମାଞ୍ଚ! first appeared on Sambad.
from ବିଶେଷ – Sambad https://ift.tt/31lh4qL
0 Comments