ଚର୍ଚ୍ଚାରେ ଶିକ୍ଷକଙ୍କ ପାଠପଢ଼ା ଶୈଳୀ: କରୋନା ମହାମାରୀ ସମୟରେ ସୁବିଧାରେ ପାଠପଢ଼ି ପାରିଲେ ୨୦୦ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ବ୍ୟବସାୟୀ ହର୍ଷ ଗୋଏଙ୍କା ଝାଡ଼ଖଣ୍ଡର ଏକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୈଳୀକୁ ଦେଖି ପ୍ରଶଂସା କରିବା ସହିତ ଏକ ଫଟୋ ସେୟାରେ କରି ଟୁଇଟ କରିଛନ୍ତି।

ଏହି ଫଟୋରେ ଦେଖିବାକୁ ମିଳୁଛି କରୋନାଭାଇରସ୍ ମହାମାରୀ ସମୟରେ ସାମଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯାଉଥିବା ଏକ ସ୍କୁଲରେ ଶିକ୍ଷକ ୨୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତାକୁ ବଜାୟ ରଖି ପାଠପଢ଼ା ଜାରି ରଖିଛନ୍ତି। ଶିକ୍ଷକଙ୍କ ଶିକ୍ଷାଦାନର ଏଭଳି ପାଠପଢ଼ା ଶୈଳୀ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଦୁମକାର ଡୁମଥର ଗ୍ରାମରେ ଥିବା ଏକ ସରକାରୀ ବିଦ୍ୟାଳୟର ଶିକ୍ଷକମାନେ ଘରର କାନ୍ଥରେ କଳାପଟା ଲଗାଇଛନ୍ତି। ଏଭଳି କରିବା ଦ୍ବାରା ଛାତ୍ରଛାତ୍ରୀମାନେ ସ୍ମାର୍ଟଫୋନ୍ ବିନା ସୁବିଧାରେ ପାଠ ପଢ଼ି ପାରୁଛନ୍ତି।

 

ଶିକ୍ଷକମାନେ ଲାଉଡ ସ୍ପିକର ମାଧ୍ୟମରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ଏବଂ ପିଲାମାନେ ତାକୁ ଶୁଣି କଳାପଟାରେ ଲେଖୁଛନ୍ତି। ସାମାଜିକ ଦୂରତା ବଜାୟ ରଖିବା ସହିତ  ଶିକ୍ଷକଙ୍କ ଏଭଳି ପାଠପଢ଼ା ଶୈଳୀକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ ବି କରିଛନ୍ତି | ସୋସିଆଲ ମିଡିଆରେ ଏହି ବିଦ୍ୟାଳୟକୁ ପ୍ରଶଂସା କରାଯାଉଛି |

କରୋନାଭାଇରସ୍ କାରଣରୁ ସ୍କୁଲ ଏବଂ କଲେଜ ଏବେ ବନ୍ଦ ରହିଛି। ଏଭଳି ସମୟରେ ଅନଲାଇନ୍ କ୍ଲାସ୍ ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଦୁର୍ଗମ ଅଞ୍ଚଳରେ ରହୁଥିବା ଏବଂ ସ୍ମାର୍ଟଫୋନ୍ ନଥିବା ଲୋକଙ୍କ ପାଇଁ ଅନଲାଇନ କ୍ଲାସ ପାଇଁ ଅନେକ ଅସୁବିଧା ହେଉଥିବାର ଘଟଣା ବି ସାମ୍ନାକୁ ଆସିଛି।

ହର୍ଷ ଗୋଏଙ୍କା ଅକ୍ଟୋବର ୫ରେ ଶିକ୍ଷକଙ୍କ ପାଠପଢ଼ାଇବାର ଏଭଳି ସୃଜନଶୀଳତାକୁ ସେୟାର କରିଥିଲେ। ଏପର୍ଯ୍ୟନ୍ତ ଏହାକୁ ୩ହଜାରରୁ ଅଧିକ ଲାଇକ୍ ଏବଂ ୫୦୦ ରୁ ଅଧିକ ରି-ଟ୍ୱିଟ୍ ମିଳି ସାରିଛି।
ଏ ପ୍ରସଙ୍ଗାରେ ଜଣେ ଶିକ୍ଷକ କହିଛନ୍ତି: “କୋଭିଡ-୧୯ ଯୋଗୁଁ ଶିକ୍ଷା ପ୍ରଭାବିତ ହୋଇଛି। ଏଠାରେ ଛାତ୍ରମାନଙ୍କ ପାଖରେ ସ୍ମାର୍ଟଫୋନ୍ ନଥିଲା। ତେଣୁ ଆମେ କିଭଳି ପିଲାମାନଙ୍କୁ ସାମାଜିକ ଦୂରତା ବଜାୟ ରଖି ସୁବିଧା ଓ ସହଜରେ ପାଠପଢ଼ାଇ ପାରିବୁ ସେ କଥା ଚିନ୍ତା କରି ଏଭଳି ଉପାୟ ବାହାର କରିଥିଲୁ। ଏହାପରେ ନିଜ ଘରେ ଛାତ୍ରମାନଙ୍କୁ ଶିକ୍ଷା ଦେବା ପାଇଁ କାନ୍ଥରେ ୧୦୦ ରୁ ଅଧିକ ବ୍ଲାକବୋର୍ଡ ତିଆରି କରିଥିଲୁ।



from ବିଶେଷ – Sambad https://ift.tt/3jBHYBZ

Post a Comment

0 Comments