
‘ଜାତି ସଂଘ’ର ପରିସଂଖ୍ୟାନ ଆୟୋଗ ଆନୁକୂଲ୍ୟରେ ୨୦ ଅକ୍ଟୋବର ୨୦୧୦ରେ ପ୍ରଥମ ଥର ପାଇଁ ‘ବିଶ୍ୱ ପରିସଂଖ୍ୟାନ ଦିବସ’ ପାଳନ କରାଯାଇଥିଲା। ତାହା ପରେ ପ୍ରତି ପାଞ୍ଚ ବର୍ଷରେ ଥରେ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ତୃତୀୟ ‘ବିଶ୍ୱ ପରିସଂଖ୍ୟାନ ଦିବସ’ ପାଳିତ ହେବ। ୨୦୧୦ରେ ବିଶ୍ୱର ୧୦୩ଟି ରାଷ୍ଟ୍ରରେ ସରକାରୀ ଭାବେ ଏହି ଦିବସ ପାଳିତ ହୋଇଥିଲା। ଚଳିତ ବର୍ଷ ଏହି ସଂଖ୍ୟା ୧୫୦ ଟପିଯିବ।
ଉଲ୍ଲେଖଯୋଗ୍ୟ ଯେ, ଆମ ଦେଶରେ ପ୍ରତି ବର୍ଷ ୨୯ ଜୁନ୍ରେ ‘ଜାତୀୟ ପରିସଂଖ୍ୟାନ ଦିବସ’ ପାଳନ କରାଯାଏ। ପ୍ରଶାନ୍ତ ଚନ୍ଦ୍ର ମହଲାନବୀଶଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଉଛି। ସେ ଭାରତର ପ୍ରଥମ ବିଶ୍ୱ ସ୍ତରୀୟ ପରିସଂଖ୍ୟାନବିତ୍। ୨୯ ଜୁନ୍ ୧୮୯୩ରେ ସେ ଜନ୍ମ ହୋଇଥିଲେ। ସେ ‘ଭାରତୀୟ ପରିସଂଖ୍ୟାନ ଅନୁଷ୍ଠାନ’ର ପ୍ରତିଷ୍ଠାତା।
The post ବିଶ୍ୱ ପରିସଂଖ୍ୟାନ ଦିବସ ଆଜି first appeared on Sambad.
from ବିଶେଷ – Sambad https://ift.tt/34awRun
0 Comments