
ନୂଆଦିଲ୍ଲୀ: କରୋନା ଭାଇରସ ମାମଲା ଏବେ ବି ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ଦେଶରେ ଲକଡାଉନ୍ ଘୋଷଣା କରାଯାଇଥିଲା। ଏହି ଲକଡାଉନ୍ ସମୟରେ ଟ୍ରେନ୍, ପ୍ଲେନ୍ ସହିତ ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ରହିଥିଲା। ଯେଉଁଥିପାଇଁ ଲୋକମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ଅନେକ ଲୋକ ନିଜ ପରିବାର ପାଖକୁ ଆସି ନପାରି ଅନ୍ୟ ସ୍ଥାନରେ ଫସି ଯାଇଥିଲେ। ଏଥିପାଇଁ ହଜାର ହଜାର ଲୋକ ଲକଡାଉନ ସମୟରେ ପାଦରେ ଚାଲିଚାଲି ଘରକୁ ଫେରିବା ପାଇଁ ବାଧ୍ୟ ହୋଇଥିଲେ।
ତେବେ ଏହି ଲକଡାଉନ ସମୟରେ ଜଣେ ୧୦ବର୍ଷର ବାଳକ ନିଜର ଜେଜେମା’ଙ୍କୁ ଭେଟିବା ପାଇଁ ୨ହଜାର ୮ଶହ କିମି ପର୍ଯ୍ୟନ୍ତ ପାଦରେ ଚାଲିଚାଲି ଆସିଥିବା ଜଣାପଡ଼ିଛି। କିଛିଦିନ ଦିନ ହେବ ଏହି ବାଳକର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ରୋମିଓ କକ୍ସ ନାମକ ୧୦ବର୍ଷର ବାଳକ ଜୁନ୍ ୨୦ ତାରିଖରେ ନିଜ ଜେଜେମା’ଙ୍କୁ ଭେଟିବା ପାଇଁ ଯାତ୍ରା ଆରମ୍ଭ କରିଥିଲା। ସେପ୍ଟେମ୍ବର ୨୧ରେ ଯାଇ ଲଣ୍ଡନରେ ପହଞ୍ଚିଥିଲା। ରୋମିଓର ଏହି ଯାତ୍ରାରେ ତାର ପିତା ବି ସାମିଲ ହୋଇଥିଲେ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରୋମିଓ ତାର ଜେଜେ ମା’ଙ୍କୁ ଭେଟିବା ପୂର୍ବରୁ କ୍ବାରେଣ୍ଟାଇନରେ ଅଛି। ତେବେ ବାପ ଓ ପୁଅ ପାଇଁ ଏହି ଯାତ୍ରା ଯେତିକି ସଂଘର୍ଷମୟ ଥିଲା ସେତିକି ସ୍ବତନ୍ତ୍ର ବି ରହିଥିଲା। ଦୁହେଁ ଏହି ଯାତ୍ରାକୁ ଚିରଦିନ ମନେ ରଖିବେ ବୋଲି କହିଛନ୍ତି।
from ବିଶେଷ – Sambad https://ift.tt/3ipmw1u
0 Comments