
ନୂଆଦିଲ୍ଲୀ: ଆପଣ ପୂର୍ବରୁ ଅନେକ ଭାଇରାଲ୍ ଭିଡିଓ ଦେଖିଥିବେ ଓ ସେଥିମଧ୍ୟରୁ ଗୁଡ଼ାଏ ଆପଣଙ୍କୁ ଖୁସି ବି ଦେଇଥିବ। ନିକଟରେ ସୋସିଆଲ୍ ମିଡିଆରେ ଏକ କୁକୁରର ଭିଡିଓ ଭାଇରାଲ୍ ହୋଇଛି, ଯାହାକି ଖୁବ୍ ଚର୍ଚ୍ଚିତ ପାଲଟିଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କୁକୁରଟି ନିଜ ବନ୍ଧୁର ଜନ୍ମଦିନ ପାଳନ କରୁଛି।
ଏହି ଭିଡିଓଟି ଉକ୍ତ କୁକୁରର ଟ୍ବିଟର୍ ଆକାଉଣ୍ଟ୍ ମିଷ୍ଟର୍ ଟେଡି ଟେଡ୍ଷ୍ଟର୍ରେ ଅପ୍ଲୋଡ୍ ହୋଇଥିବାର ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ପୂରା ଜଣେ ମଣିଷ ଜନ୍ମଦିନରେ ଯେପରି ସାଜସଜା ହୁଏ କୁକୁରର ଜନ୍ମଦିନ ଅବସରରେ ବି ଅବିକଳ ସେହିପରି ହିଁ ସାଜସଜା ହୋଇଛି।
If you’re feeling down just watch this TikTok. pic.twitter.com/Ca2rMba8XC
— Teddy (@MrTeddyTedster) October 3, 2020
କୁକୁରଟି ବହୁତ ସାରା ବେଲୁନ୍, କେକ୍ ଓ ଖାଦ୍ୟ ଓ ସଜାଣ ସାମଗ୍ରୀ ସହ ଜନ୍ମଦିନ ପାଳନ କରୁଥିବାର ପୋଷ୍ଟ୍ରେ ନଜର ଆସିଛି। ଭିଡିଓଟି ମାଇକ୍ରୋ ବ୍ଲଗିଂ ସାଇଟରେ ପୋଷ୍ଟ୍ କରାଯିବା ସହ କ୍ୟାପ୍ସନ ଦିଆଯାଇଛି ‘ଯଦି ଆପଣଙ୍କ ମନ ଭଲ ନାହିଁ ତେବେ ଏହାକୁ ଦେଖନ୍ତୁ।’
ଏହି କ୍ଲିପ୍ରେ ଏକ କେକ୍, ବେଲୁନ୍ ଏବଂ ଅନେକ ଟ୍ରିଟ୍ରେ ସଜାଯାଇଥିବା ଟେବୁଲ୍ ଉପରେ କୁକୁରଟି ବସିଥିବାର ଦେଖାଯାଇଛି। ତେବେ ମିଷ୍ଟର୍ ଟେଡି ତାଙ୍କ ପୋଷ୍ଟ୍ରେ ତାଙ୍କ ପ୍ରିୟ ବନ୍ଧୁ ଜିଜମୋଙ୍କୁ ଟ୍ୟାଗ୍ କରିଥିବାର ଦେଖିବାକୁ ମିଳିଛି।
ପୋଷ୍ଟ୍ଟିକୁ ଟ୍ବିଟ୍ରରେ ବହୁ ଗ୍ରହଣୀୟତା ମିଳିଛି। ବହୁ ଟ୍ବିଟର୍ ବ୍ୟବହାରକାରୀ ଏହି ପୋଷ୍ଟ୍ରେ ସକାରାତ୍ମକ ମତାମତ ସବୁ ରଖିଛନ୍ତି। ଭିଡିଓଟିକୁ ଏବେ ସୁଦ୍ଧା ୪୬.୮ ଥର ଦେଖା ସରିଲାଣି।
from ବିଶେଷ – Sambad https://ift.tt/3jrqx73
0 Comments