ପ୍ରସବର ମାତ୍ର ୧୪ଦିନ ପରେ ଶିଶୁକୁ କୋଳରେ ଧରି କାର୍ଯ୍ୟାଳୟରେ ପହଞ୍ଚିଲେ ଏସଡିଏମ

ଗାଜିଆବାଦ: ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲା ମୋଦିନଗରର ଏସଡିଏମ କରୋନା ସଙ୍କଟ ସମୟରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି। ଏସଡିଏମ ପଦବୀରେ ନି‌ୟୋଜିତ ଥିବା ଆଇଏଏସ୍ ସୌମ୍ୟା ପାଣ୍ଡେ ନିକଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ତେବେ କରୋନା ମହାମାରୀ ସମୟରେ ନିଜର ଦାୟିତ୍ବ ତୁଳାଇବା ପାଇଁ ପ୍ରସବର ମାତ୍ର ୧୪ ଦିନ ପରେ କାର୍ଯ୍ୟାଳୟରେ ପହଞ୍ଚି ସେ ତାଙ୍କ କାର୍ଯ୍ୟାଭାର ସମ୍ଭାଳି ଥିଲେ। ପ୍ରସବ ପରେ ମାତୃତ୍ୱ ଛୁଟିରେ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି କିନ୍ତୁ ସେ ମାତ୍ର ଏକ ମାସର ମାତୃତ୍ୱ ଛୁଟି ନେବା ପରେ କାମକୁ ଫେରିଛନ୍ତି |

 

ପ୍ରୟଗରାଜର ସୌମ୍ୟା ପାଣ୍ଡେଙ୍କର ଗାଜିଆବାଦରେ ପ୍ରଥମ ନିଯୁକ୍ତି ହୋଇଛି।। ଶିଶୁ କନ୍ୟାକୁ ଜନ୍ମ ଦେବାର ମାତ୍ର ୨୨ ଦିନର ଅବକାଶ ପରେ ଜିଲ୍ଲା ଅଧିକାରୀଙ୍କ ନିର୍ଦେଶାନୁସାରେ ସେ ପୁଣି ନିଜ କାର୍ଯ୍ୟଭାର ସମ୍ଭାଳିଛନ୍ତି। ନିଜ ଶିଶୁକୁ କୋଳରେ ଧରି ଅଫିସରେ କାମ କରୁଥିବାର ତାଙ୍କର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ ସେ ନିଜ ନବଜାତ ଶିଶୁକୁ ସାଙ୍ଗରେ ନେଇ ଅଫିସ ଯାଇଥିବା ସହ ଅଫିସରେ କାମ କରୁଥିବା ଦେଖିବାକୁ ମିଳିଛି। କୋଭିଡ-୧୯ ସମୟରେ ସୌମ୍ୟା ପାଣ୍ଡେ ଡିଏମଙ୍କ ଆଦେଶ ଅନୁସାରେ ଅଫିସ ଆସିବା ଆରମ୍ଭ କରିଛନ୍ତି। ସୌମ୍ୟାଙ୍କ ଏହି କାମକୁ ନେଇ ସୋସିଆଲ ମିଡ଼ିଆରେ ତାଙ୍କର ଖୁବ ପ୍ରଶଂସା ହେଉଛି।

The post ପ୍ରସବର ମାତ୍ର ୧୪ଦିନ ପରେ ଶିଶୁକୁ କୋଳରେ ଧରି କାର୍ଯ୍ୟାଳୟରେ ପହଞ୍ଚିଲେ ଏସଡିଏମ first appeared on Sambad.



from ବିଶେଷ – Sambad https://ift.tt/34WCVpD

Post a Comment

0 Comments