ହାଡ଼ିଆ ହତ୍ୟାକାଣ୍ତ; ବାବୁ, ବବଲୁ, ରୋହିତ ହାଣିଦେଲ

କଟକ, ସତୀଚଉରା ଶିବାଜୀ ନଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବାଡ଼ି ପଛପଟେ ଚୋରା ମଦ ହାଡ଼ିଆ ଓରଫ ପ୍ରକାଶ ବେହେରା ଲୁଚାଇ ରଖୁଥିଲା। ସେଠୁ ମଦ ନେଇ ଇପସାର ଗଡ଼ା ନିକଟରେ ଖୋଲିଥିବା ବାଲି ଗୋଡ଼ି ଦୋକାନରେ ବିକ୍ରି କରୁଥିଲା। େତବେ ଯେଉଁ ବ୍ୟକ୍ତିଙ୍କ ବାଡ଼ି ପଛପଟେ ହାଡ଼ିଆ ମଦ ଲୁଚାଇ ରଖୁଥିଲା, ସେମାନେ ହାଡ଼ିଆକୁ ବିରୋଧ କରିଥିଲେ। ହାଡ଼ିଆ ସହିତ ବିବାଦ ବି ହୋଇଥିଲା। ଦୁଇ ଭାଇ ମିଶି ଗଲାକାଲି ହାଡ଼ିଆକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସୁରାକ୍ ପାଇଛି। ପୁଲିସ ଦୁଇ ଭାଇଙ୍କ ସମେତ ୫ ଜଣଙ୍କୁ ଥାନାକୁ ଉଠାଇ ନେଇ ଘଟଣା ସମ୍ପର୍କରେ ଜେରା ଚଳାଇଛି।

ବର୍ତ୍ତମାନ ହତ୍ୟାକାଣ୍ଡ ପଛରେ ଏହି ବିବାଦ ପ୍ରମୁଖ କାରଣ ବୋଲି କୁହାଯାଉଛି। ହାଡ଼ିଆର ସମ୍ପର୍କୀୟ ଦାଦା ତ୍ରିଲୋଚନ ବେହେରାଙ୍କ ନାଁରେ ମଦ ଲାଇସେନ୍ସ ଆଣି ସତୀଚଉରା ଛକରେ ଠିପି ବନ୍ଦ ମଦ ଦୋକାନ ଖୋଲିଥିବା କାଉଣ୍ଟର ୨୦୧୯ ଅଗଷ୍ଟରେ ଲାଲବାଗ ଥାନା ପୁଲିସ ସିଲ୍ କରିଥିଲା। ଦୋକାନ ସିଲ୍ ହେବାରୁ ଏପ୍ରିଲରେ ଜେଲରୁ ଫେରି ପୁଣି ଏଭଳି ବାଲି ଗୋଡ଼ି ଦୋକାନରେ ଚୋରା ମଦ କାରବାର ଆରମ୍ଭ କରିଦେଇଥିବା ବେଳେ ସେଥିପାଇଁ ଶେଷରେ ତା’ର ଜୀବନ ଯାଇଛି।

New indian express

ସୂଚନା ଅନୁଯାୟୀ, ଅଲିଶା ବଜାର ଭୂତିଆ ସାହି ଅଞ୍ଚଳର ହାଡ଼ିଆ ଶିବାଜୀନଗର ଅଞ୍ଚଳରେ ଗଲା ୬ ମାସ ହେବ ଘର କରି ରହୁଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ତାର ବିବାଦ ଲାଗି ରହିଥିଲା। ଗୋଟିଏ ପଟେ ପରିବାର ଲୋକଙ୍କ ସହିତ ବିବାଦ ହେବାରୁ ଭୂତିଆ ସାହି ଛାଡ଼ି ହାଡ଼ିଆ ଶିବାଜୀନଗର ଚାଲି ଆସିଥିଲା। ଏଠି ବି ବିବାଦ ସୃଷ୍ଟି ହୋଇଥିଲା। ହାଡ଼ିଆର ସତୀ ଚଉରା ଛକ ନିକଟରେ ମଦ କାଉଣ୍ଟର ଥିବା ବେଳେ ଭୂତିଆ ସାହି, ଅଲିଶା ବଜାରର ଯୁବକ ଏବଂ ହାଡ଼ିଆର ପୁୁତୁରା ଓ ଭଣଜାମାନେ ଅଳ୍ପ ମୂଲ୍ୟରେ ମଦ କିଣିବାକୁ ଆସୁଥିଲେ। କିନ୍ତୁ ହାଡ଼ିଆ ସେମାନଙ୍କୁ ମଦ ଦେଉନଥିଲା। ଭଣଜା ଓ ପୁତୁରାଙ୍କ ଉପରେ ହାଡ଼ିଆର ବିଶ୍ବାସ ଆସୁନଥିବାରୁ ତିନି ଜ୍ବାଇଁଙ୍କୁ ମଦ କାଉଣ୍ଟର ଦାୟିତ୍ବ ଦେଇଥିଲା।

ଏହି ଘଟଣାରେ ପରିବାର ଭିତରେ ବିବାଦ ଅଧିକ ବଢ଼ିଯାଇଥିଲା। ଗଲାକାଲି ରାତି ପ୍ରାୟ ୬ଟା ବେଳେ ହାଡ଼ିଆ ଇପସାର ଗଡ଼ା ନିକଟରେ ଥିବା ବାଲି, ଗୋଡ଼ି ଦୋକାନରୁ ଘରକୁ ଦୋକାନ କର୍ମଚାରୀ ମୁକେଶ ସହିତ ଫେରୁଥିବା ବେଳେ ୧୦ରୁ ଅଧିକ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ହାଡ଼ିଆକୁ ହାଣିଛନ୍ତି। ଆଜି ଏ ସଂକ୍ରାନ୍ତରେ ସ୍ତ୍ରୀ ପୁଷ୍ପଲତା ବେହେରା ବିଡାନାସୀ ଥାନାରେ ଅଭିଯୋଗ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ବୁଧବାର ଅପରାହ୍ନ ପ୍ରାୟ ୪ଟା ବେଳେ ଫୋନରେ ଶେଷ ଥର ତାଙ୍କ ସ୍ବାମୀଙ୍କ ସହିତ କଥା ହେଇଥିଲେ। ୬ଟାରୁ ୬ଟା ୩୦ ବେଳକୁ ହାଡ଼ିଆ ଫୋନ୍ କରି ବାବୁ, ବବଲୁ ଓ ରୋହିତ ତାଙ୍କୁ ହାଣିଦେଲେ ବୋଲି ଫୋନରେ ପୁଷ୍ପଲତାଙ୍କୁ କହିଥିଲେ। ହାଡ଼ିଆଙ୍କ ବାଲି, ଗୋଡ଼ି ଦୋକାନରେ କାମ କରୁଥିବା ଦୋକାନ କର୍ମଚାରୀ ଚାନ୍ଦିନୀଚୌକର ମୁକେଶ ବି ହଣା ଖାଇ ହାଡ଼ିଆ ଘର ନିକଟକୁ ଆସିଥିଲେ। ତାଙ୍କୁ ଦୁଇ ଜଣ ଯୁବକ ଗୋଡ଼ାଇବାରୁ ଜୀବନ ବିକଳରେ ପଳାଇ ଆସିଥିଲେ। ହାଡ଼ିଆକୁ ୧୦ ଜଣ ଯୁବକ ଗୋଡ଼େଇ ହାଣୁଥିବା ସଂକ୍ରାନ୍ତରେ ମୁକେଶ ପୁଷ୍ପଲତାଙ୍କୁ ସୂଚନା ଦେଇଥିଲେ। ମଦ ବ୍ୟବସାୟକୁ ନେଇ ଏକ ଗୋଷ୍ଠୀ ସହିତ ବିବାଦ ହୋଇଥିଲା। ୧୫ ଦିନ ତଳେ ଲାଲବାଗ ଥାନାରେ ହାଡ଼ିଆ ଏ ସଂକ୍ରାନ୍ତରେ ଅଭିଯୋଗ ବି କରିଥିଲା। ଉଭୟ ପଟୁ ଥାନାରେ ମାମଲାର ସମାଧାନ ବି ହୋଇଥିଲା।

କିନ୍ତୁ ସେଠାରେ ଅପର ଗୋଷ୍ଠୀ ହାଡ଼ିଆକୁ ହତ୍ୟା କରିବାକୁ ଧମକ ଦେଇଥିବା ପୁଷ୍ପଲତା ଅଭିଯୋଗ କରିଛନ୍ତି। ମଦ ପିଆଇ ହାଡ଼ିଆକୁ ହତ୍ୟା କରାଯାଇଥିବା ବେଳେ ଭଣଜା ବବଲୁ ସହିତ ହାଡ଼ିଆର ପୂର୍ବ ବିବାଦ ଏବଂ ହତ୍ୟାକାଣ୍ଡ ସମୟରେ ଶିବାଜୀନଗର ଅଞ୍ଚଳର ଶାନ୍ତନୁ, ଦୀପକ ଉପସ୍ଥିତ ଥିବା ସମ୍ପର୍କରେ ପୁଷ୍ପଲତା ପୁଲିସକୁ ସୂଚନା ଦେଇଛନ୍ତି।



from ବିଶେଷ – Sambad https://ift.tt/3boO9Wy

Post a Comment

0 Comments