ଦଶମ ଓ ଦ୍ବାଦଶ ଟପ୍ପରଙ୍କୁ କାର୍‌ ଉପହାର ଦେଲେ ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀ, ପୂର୍ବରୁ ଦେଇ ଆସୁଥିଲେ ଲାପ୍‌ଟପ୍‌

ରାଞ୍ଚି: ଏପରି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଝାଡ଼ଖଣ୍ଡରେ ଦଶମ ଓ ଦ୍ବାଦଶ ଶ୍ରେଣୀରେ ଟପ୍ପର ହୋଇଥିବା ୨ କୃତ୍ତୀ ଛାତ୍ରଙ୍କୁ ରାଜ୍ୟ ଶିକ୍ଷା ମନ୍ତ୍ରୀ ଜଗନ୍ନାଥ ମାହତ ୨ଟି ଅଲ୍‌ଟୋ କାର୍‌ ଉପହାର ଆକାରରେ ଦେଇଛନ୍ତି। ପରୀକ୍ଷା ଫଳାଫଳ ବାହାରିବ ଦିନ ଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ଦଶମ ଓ ଦ୍ବାଦଶ ପରୀକ୍ଷାରେ ଯେଉଁ ଦୁଇ ଜଣ ଟପ୍ପର ହେ‌ବେ ସେମାନଙ୍କୁ ସେ କାର୍‌ ଉପହାର ଦେବେ ବୋଲି।

ନିଜେ ଏକାଦଶ ‌ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଏହି ମନ୍ତ୍ରୀ ଆହୁରି ବି ପ୍ରତିଜ୍ଞା କରିଛନ୍ତି ଯେ ଆସନ୍ତାବର୍ଷଠାରୁ ସେ ଟପ୍ପରମାନଙ୍କର ପଢ଼ା ଖର୍ଚ୍ଚ ନିଜେ ବହନ କରିବେ। ଫ‌ଳରେ ସେ ଯେପରି ଟଙ୍କା ଅଭାବରୁ ପାଠ ପଢ଼ିବାରୁ ବଞ୍ଚିତ ହୋଇଛନ୍ତି, ଆଉ କେହି ମେଧାବୀ ଛାତ୍ର ଯେପରି ସେହି ସମାନ ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ।

Times of India

ମନ୍ତ୍ରୀ ଟପ୍ପରମାନଙ୍କୁ ଉପହାର ଦେଇ କହିଛନ୍ତି, ‘ ଆଜି ମୁଁ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲି। ଆସନ୍ତାବର୍ଷଠାରୁ ରାଜ୍ୟର ଟପ୍ପରମାନଙ୍କ ଶିକ୍ଷା ଭାର ତୁଲାଇବାର ଘୋଷଣା ମୁଁ ପୂର୍ବରୁ କରିସାରିଛି। ଫଳରେ ମେଧାବୀ ଛାତ୍ରଛାତ୍ରୀମାନେ ସେମାନଙ୍କ ଲକ୍ଷ୍ୟ ପୂରା କରିପାରିବେ। ସେମାନଙ୍କୁ କୌଣସି ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିବ ନାହିଁ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତ ୧୫ ବର୍ଷ ହେବ ମାହତ ଟପ୍ପର ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ଯୋଗାଇ ଆସୁଥିଲେ। ଏହାପୂର୍ବରୁ ବୁଧବାର ମନ୍ତ୍ରୀ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ବୋକାରୋର ଦଶମର ଟପ୍ପରଙ୍କୁ ଏକ ମଟରସାଇକେଲ୍‌ ଦେଇଥିବା ବେଳେ ୭୫ ପ୍ରତିଶତରୁ ଅଧିକ ସ୍କୋର କରିଥିବା ଛାତ୍ରଛାତ୍ରୀମାନଙ୍କୁ ୩୪୦ ସାଇକେଲ ଉପହାର ଦେଇଥିଲେ।



from ବିଶେଷ – Sambad https://ift.tt/2G9gAfr

Post a Comment

0 Comments