କେରଳର ୨୪ ବର୍ଷ ବୟସ୍କ ଯୁବକ ରାତାରାତି ପାଲଟିଗଲେ କୋଟିପତି; ଜିତିଲେ ୧୨ କୋଟିର ବମ୍ପର ଲଟେରି

କୋଚି: କେରଳର ଜନୈକ ୨୪ ବର୍ଷ ବୟସ୍କ ଯୁବକ ରାତାରାତି ପାଲଟି ଯାଇଛନ୍ତି କୋଟିପତି। ରବିବାର ଦିନ ୧୨ କୋଟି ଟଙ୍କା ମୂଲ୍ୟର ଥିରୁଭୋନାମ୍‌ ବମ୍ପର କେରଳ ଲଟେରିର ପ୍ରଥମ ପୁରସ୍କାର ଜିତିଯିବା ପରେ ସେ ହୋଇ ଯାଇଛନ୍ତି କୋଟିପତି। ସଂପୃକ୍ତ ଯୁବକଙ୍କ ନାମ ଅନନ୍ତୁ ବିଜୟନ୍‌। ସେ କେରଳ ଇଡୁକିର ବାସିନ୍ଦା।
ରବିବାର ଥିରୁଭୋନାମ୍‌ ବମ୍ପର ୨୦୨୦ କେରଳ ଲଟେରି ଫଳାଫଳ ଘୋଷଣା ହେବା ପୂର୍ବରୁ ବିଜୟ ତାଙ୍କ ବନ୍ଧୁମାନଙ୍କୁ ଥଟ୍ଟାରେ କହିିଥିଲେ ଯେ ସେ ୧୨ କୋଟି ଟଙ୍କା ପୁରସ୍କାର ଜିତିବେ। କିନ୍ତୁ, ଯେତେବେଳେ ସେ ସନ୍ଧ୍ୟାରେ ଫଳାଫଳ ଯାଞ୍ଚ କଲେ, ସେତେବେଳେ ସେ ଆଶ୍ଚର୍ଯ୍ୟଚକିତ ହୋଇ ରହି ଯାଇଥିଲେ। କାରଣ, ତାଙ୍କ ଟିକେଟ୍‌ ନମ୍ବରରେ ଉଠିଥିଲା ବମ୍ପର ଲଟେରିର ପ୍ରଥମ ପୁରସ୍କାର ୧୨ କୋଟି।

MoneyControl

ବିଜୟ, ଏର୍ଣ୍ଣାକୁଲମର କାଦଭନ୍ତର ପୋନେଥ ମନ୍ଦିରରେ କିରାଣୀ ଭାବରେ କାର୍ଯ୍ୟ କରନ୍ତି। ସେ ଏକ ମଧ୍ୟବିତ୍ତ ଚିତ୍ରକର ପରିବାରର ସଦସ୍ୟ। ତାଙ୍କ ଭଉଣୀ କୋଚିର ଏକ ଘରୋଇ କମ୍ପାନିରେ ଆକାଉଣ୍ଟାଣ୍ଟ ଭାବରେ ଚାକିରି କରୁଥିଲେ। ତେବେ, କୋଭିଡ୍‌-୧୯ ଲକ୍‌ଡାଉନ କାଳରେ ତାଙ୍କର ଚାକିରି ଚାଲି ଯାଇଥିଲା।
ବିଜୟ ଜିତିଥିବା ଲଟେରି ଟିକେଟର ନମ୍ବର ହେଉଛି ୧୭୩୯୬୪। ସେ ଜିତିଥିବା ୧୨ କୋଟିରୁ ଟିକସ କଟିଯିବା ପରେ ତାଙ୍କୁ ୭.୫୬ କୋଟି ଟଙ୍କା ମିଳିବ ବୋଲି ଆଶା କରାଯାଉଛି।



from ବିଶେଷ – Sambad https://ift.tt/3mEyfN5

Post a Comment

0 Comments