ପେଟ ପୋଷିବାକୁ ଅଟୋ ଚାଳକ ସାଜିଲେ ଡାକ୍ତର, ଆଇଏଏସ୍‌ ଅଧିକାରୀଙ୍କୁ କଲେ ଦାୟୀ

ବେଙ୍ଗାଲୁରୁ: କୋଭିଡ -୧୯ ପରିସ୍ଥିତିର ମୁକାବିଲା ପାଇଁ ଲୋକଙ୍କକୁ ଆର୍ଥିକ ଅଭାବ ଦେଇ ଗତି କରିବାକୁ ପଡୁଥିବା ‌ବେଳେ ୫୩ ବର୍ଷିଅ ଜଣେ ଜିଲ୍ଲା ପ୍ରଜନନ ଏବଂ ଶିଶୁ ସ୍ୱାସ୍ଥ୍ୟ ଅଧିକାରୀ ନିଜର ଜୀବିକା ନିର୍ବାହ ପାଇଁ ଏକ ଅଟୋ ରିକ୍ସା ଚଳାଉଥିବା କଥା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।

ସେ ପୂର୍ବରୁ ୨୪ ବର୍ଷ ଧରି ବଲାରୀ ଜିଲ୍ଲାରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ କାର୍ଯ୍ୟ କରିଥିଲେ। ଏବେ ସେ ଡାଭାନାଗେର୍ ସହରରେ ଜଣେ ଅଟୋ ଚାଳକ ଭାବେ ନିଜ ପରିବାର ପୋଷୁଛନ୍ତି। ତାଙ୍କର ଏପରି ଦୁର୍ଦ୍ଦିନ ପାଇଁ ସେ ଆଇଏଏସ୍‌ ଅଧିକାରୀଙ୍କୁ ଦାୟୀ କରିଛନ୍ତି। ତାଙ୍କ କହିବା କଥା ହେଲା ସେ ଜଣେ ଅ‌ାଇ ଏସ୍‌ ଅଧିକାରୀଙ୍କୁ ସାହାଯ୍ୟ କରିବାକୁ ମନା କରିଦେବା ପରେ ତାଙ୍କ ସମସ୍ୟା ଆରମ୍ଭ ହୋଇ ଯାଇଥିଲା। ୧୫ ମାସ ହେବ ତାଙ୍କ ଦରମା ଅଟକି ରହିଥିବା ବେଳେ ସେ ଶେଷ‌ରେ ବାଧ୍ୟ ହୋଇ ଏହି ପନ୍ଥା ଆପଣେଇଥିବା କହିଛନ୍ତି।

Times of India

ଆଇଏଏସ୍‌ଙ୍କ ପରେ ପରେ ଦାୟିତ୍ବ ଗ୍ରହଣ କରିଥିବା ଜଣେ ଜିଲା ପଞ୍ଚାୟତ ସିଇଓ ବି ତାଙ୍କୁ ହଇରାଣ କରିବାକୁ ଲାଗି ପଡ଼ିଥିଲେ ବୋଲି ସେ କହିଛନ୍ତି। ସେ ଆଇଏଏସ୍‌ ଅଧିକାରୀଙ୍କ ଦ୍ବାରା ନିର୍ଯାତିତ ହୋଇଛନ୍ତି ବୋଲି ତାଙ୍କ ଅଟୋ ସମ୍ମୁଖରେ ମଧ୍ୟ ଲେଖି ଦେଇଛନ୍ତି।

ସେ ନିଜର ଏକ କ୍ଲିନିକ୍‌‌ ଖୋଲିବାକୁ ଚାହୁଁଥିଲେ। ମାତ୍ର ତାଙ୍କ ନିକଟରେ ପର୍ଯ୍ୟାପ୍ତ ଅର୍ଥ ନଥିବାରୁ ସେ ଶେ‌ଷରେ ଅଟୋ ଚଳାଇବା ନିଷ୍ପତ୍ତି ନେଇଥିଲେ।



from ବିଶେଷ – Sambad https://ift.tt/325akOn

Post a Comment

0 Comments