
ସୁରତ: ମହାମାରୀ କରୋନା ଭାଇରସ୍ ସମୟରେ ନିଃସହାୟ ୪୨ ପରିବାରକୁ ନିଜ ବିଲ୍ଡିଂରେ ରହିବାକୁ ସ୍ଥାନ ଦେଇ ଚର୍ଚ୍ଚା ପାଲଟିଛନ୍ତି ସୁରତର ଜଣେ ବିଲ୍ଡର। କୋଭିଡ୍-୧୯ ଆର୍ଥିକ ସଂକଟ ଦେଇ ଗତି କରୁଥିବା ଏହି ସବୁ ପରିବାର ଭଡ଼ା ଦେଇ ରହିବାକୁ ଅସମର୍ଥ ହୋଇଥିବା ବେଳେ ଈଶ୍ବରଙ୍କ ପରି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ବିଲ୍ଡର ପ୍ରକାଶ ଭାଲାନି। ସେ ରୁଦ୍ରକାଶ ହ୍ରଦ ପ୍ୟାଲେସ୍ ନାମକ ନିଜସ୍ୱ ନିର୍ମିତ କୋଠାରେ ଏହି ପରିବାରମାନଙ୍କୁ ଆଶ୍ରୟ ଦେଇ ଏବେ ତାଙ୍କ ବଡ଼ପଣର ପରିଚୟ ଦେଇଛନ୍ତି। ସେ ବିଶ୍ବାସ କରନ୍ତି ଯେ ଏପରି ପରିସ୍ଥିିତିରେ ଲୋକମାନଙ୍କୁ ସାହାଯ୍ୟ କରି କିଛି ମାତ୍ରାରେ ସମାଜର ଋଣ ଶୁଝା ଯାଇପାରେ।
ରୁଦ୍ରକାଶ ହ୍ରଦ ପ୍ୟାଲେସରେ ରହି ଉପକୃତ ହୋଇଥିବା ଆଶା ନାମ୍ନୀ ଜଣେ ମହିଳା କହନ୍ତି, ‘ମୋ ସ୍ବାମୀ ରୋଜଗାର ହରାଇବା ପରେ ଗାଁକୁ ଫେରିଯିବା ଛଡ଼ା ଆମ ପାଖରେ ଆଉ କିଛି ଉପାୟ ନଥିଲା। ଆମେ ଗାଁକୁ ଫେରିବାକୁ ପ୍ରସ୍ତୁତ ହେଉଥିଲୁ। ସେହି ସମୟରେ ରୁଦ୍ରକାଶ ହ୍ରଦ ପ୍ୟାଲେସର ବିଜ୍ଞାପନ ଦେଖି କୋଠାର ମାଲିକଙ୍କୁ ଯୋଗାଯୋଗ କଲୁ। ରକ୍ଷଣାବେକ୍ଷଣା ଖର୍ଚ୍ଚ ବାବଦରେ ମାତ୍ର ୧୫୦୦ ଟଙ୍କା ବିନିମୟରେ ସେ ଆମକୁ ଏଠାରେ ରହିବାକୁ ଅନୁମତି ଦେଲେ। ଆମେ ଯେତେ ଦିନ ଚାହିଁବୁ ଏଠାରେ ରହିପାରିବୁ ବୋଲି ସେ କହିଛନ୍ତି। ବାସ୍ତବରେ ଆମେ ଖୁବ୍ ଖୁସି। ଘର ମାଲିକ ଆମ ପାଇଁ ଈଶ୍ବରଙ୍କ ପରି।’
Gujarat: Prakash Bhalani, a Surat based builder has accommodated 42 families who are facing financial crisis due to #COVID19 & are unable to pay rent, at his constructed buildings. He says, “We are charging Rs 1500 as maintenance fee. People can stay here as long as they want.” pic.twitter.com/APFWHaSaFx
— ANI (@ANI) September 16, 2020
ଗଣମାଧ୍ୟମରେ ନିଜର ବୟାନ ଦେଇ ଭାଲାନି କହିଛନ୍ତି ଯେ ଲୋକମାନେ ଯେତେ ଦିନ ଚାହିଁବେ ଏଠାରେ ରହିପାରିବେ। ଫ୍ଲାଟ ଖାଲି କରିବାକୁ ସେମାନଙ୍କର ସମୟ ସୀମା ନାହିଁ। ଏବେ ବି ଅନେକ ଲୋକଙ୍କର ଚାକିରି ନାହିଁ, ବ୍ୟବସାୟ ମାନ୍ଦା ଚାଲିଛି। ଭଡ଼ା ଦେବାକୁ ଏବେ ବି ସେମାନେ ଅସମର୍ଥ। ପ୍ରଥମେ ସୁରତ ସହରର ଜଣେ ବାସିନ୍ଦା ମୋତେ ତାଙ୍କ ଗାଁକୁ ଯାଉଥିବା ବେଳେ ତାଙ୍କ ଲଗେଜ୍ ରଖିବା ପାଇଁ ମୋତେ ଏକ କୋଠରୀ ଦେବାକୁ ଅନୁରୋଧ କରିଥିଲେ। ସେଇଠୁ ମୋ ମୁଣ୍ଡରେ ପଶିଲା ଯେ ଅନେକ ଲୋକଙ୍କୁ ମୋର ଆବଶ୍ୟକତା ପଡ଼ିପାରେ। ମୁଁ ତା’ପରେ ଏପରି ଚିନ୍ତା କରିବା ଆରମ୍ଭ କରିଥିଲି।’
from ବିଶେଷ – Sambad https://ift.tt/3iFV7tg
0 Comments