ଅଧ୍ୟାପନା ଚାକିରି ଛାଡ଼ି କୃଷି କାର୍ଯ୍ୟରେ ମାସକୁ ୨ ଲକ୍ଷ ଟଙ୍କା ରୋଜଗାର କରି ଉଦାହରଣ ପାଲଟିଲେ ଯୁବକ

ଅମ୍ରିତସର: ନିଜର ଗୁଜରାଣ ମେଣ୍ଟାଇବାକୁ ଚାକିରି ପଛରେ ଗୋଡ଼େଇ ଗୋଡ଼େଇ ଅନେକ ଲୋକ ସମୟ ନଷ୍ଟ କରୁଥିବା ବେଳେ ଅଧ୍ୟାପନା ଚାକିରି ଛାଡ଼ି କୃଷି କର୍ମରେ ମନୋନିବେଶ କରି ଉଦାହରଣ ପାଲଟିଛନ୍ତି ପଞ୍ଜାବର ଜଣେ ସ୍ବାବଲମ୍ବୀ ଯୁବକ। ଏହି ଯୁବକ ଜଣକ କମ୍ପୁଟର ଇଞ୍ଜିନିୟରିଂରେ ନିଜ ଶିକ୍ଷା ସାରିବା ପରେ ଏକ କଲେଜରେ ଅଧ୍ୟାପକ ଭାବେ ଚାକିରି ପାଇଥିଲେ। ଚାକିରି ସହ ସେ କ୍ଷେତ କାମରେ ବି ସମୟ ଦେଉଥିଲେ। ମାତ୍ର ଯେତେବେଳେ ତାଙ୍କୁ ଅନୁଭବ ହେଲା କି ତାଙ୍କ ଚାକିରି ହେତୁ ସେ କୃଷି କାର୍ଯ୍ୟ ପାଇଁ ପୂରା ସମୟ ଦେଇପାରୁନାହାନ୍ତି ତ ଯୁବକ ଜଣକ ଚାକିରିକୁ ପଛ କରି କୃଷି କାମକୁ ଚୟନ କଲେ।

ଯୁବକ ଜଣକ ହାଇଡ୍ରୋପୋନିକ୍‌ ତରିକାରେ ପାଇପ୍‌ରେ ପରିବା ଲଗାଇ ପ୍ରଚୁର ପରିମାଣର ଫସଲ ଅମଳ କରୁଛନ୍ତି। ଅଧ୍ୟାପକରୁ ଚାଷୀ ବନିଥିବା ଏହି ଯୁବକ ଜଣକ ହେଉଛନ୍ତି ଗୁରଫିରପାଲ୍‌ ସିଂହ। ତାଙ୍କର ଏହି ତରିକା ଜରିଆରେ ଯେକେହି ବି ଅଳ୍ପ ସ୍ଥାନରେ ବେଶି ଫସଲ ଅମଳ କରିପାରିବେ। ମାତ୍ର ୨୦୦ ବର୍ଗ ଫୁଟ୍‌ ସ୍ଥାନରେ ଚାଷ କରି ମାସକୁ ୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଗୁରଫିରପାଲ୍।

thebetterindia

ପଞ୍ଜାବର ମୋଗା ଜିଲ୍ଲାର ଧର୍ମକୋଟ ସବଡିଭିଜନ୍‌ର କେଲା ଗ୍ରାମର ବାସିନ୍ଦା ଗୁରଫିରପାଲ୍ ନିଜର ଏକ କୃଷି କାର୍ଯ୍ୟକୁ ନେଇ ଏକ ସାକ୍ଷାତ୍‌କାରରେ କହିଛନ୍ତି, ‘ମୋର ଚାକିରି ଠିକ୍‌ ଚାଲିଥିଲା। ମାତ୍ର ମୁଁ ଚାକିରି ନକରି କିଛି ଭିନ୍ନ କରିବାକୁ ଚାହୁଁଥିଲି। ୨୦୧୨ ମସିହାରୁ ମୁଁ କୃଷି କାର୍ଯ୍ୟ କରିଆସୁଛି।’



from ବିଶେଷ – Sambad https://ift.tt/32AfO3X

Post a Comment

0 Comments