ଜୀବନରେ ଏହି ୪ ବ୍ୟକ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାନ୍ତି, ଏମାନଙ୍କୁ କେବେ ଅସମ୍ମାନ କରନ୍ତୁ ନାହିଁ

ପ୍ରାଚୀନ ଭାରତର ଇତିହାସ ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଙ୍କ ବିନା ଅଧୁରା। ଚାଣକ୍ୟଙ୍କୁ ଲୋକେ କୌଟିଲ୍ୟ ନାମରେ ମଧ୍ୟ ଜାଣନ୍ତି। ସେ ଜଣେ ଭାରତୀୟ ଶିକ୍ଷକ, ଅର୍ଥନୀତିଜ୍ଞ, ରାଜ ପରାମର୍ଶଦାତା ତଥା ଦାର୍ଶନିକ। ସେ ବିଷ୍ଣୁଗୁପ୍ତ ନାମରେ ମଧ୍ୟ ଖୁବ୍‌ ପରିଚିତ। ଚାଣକ୍ୟ ଅନେକଗୁଡ଼ିଏ ବାଣୀ କହିଯାଇଛନ୍ତି ଯାହାକି ଦୈନନ୍ଦିନ ଜୀବନ ପାଇଁ ଅନେକ ଜରୁରୀ। ଏଥର ଆମେ ଆଲୋଚନା କରିବା ଚାଣକ୍ୟଙ୍କ ମତରେ ବାପାଙ୍କପରି ଅନ୍ୟ କେଉଁ ମାନେ ସମ୍ମାନଯୋଗ୍ୟ। ନିଜ ବାପା ତ ସବୁବେଳେ ସମସ୍ତଙ୍କ ପାଇଁ ସମ୍ମାନୀୟ ହୋଇଥାନ୍ତି। ତେବେ, ସେମାନେ କିଏ ଯିଏ ବାପାଙ୍କ ସମ୍ମକକ୍ଷ ନ ହେଲେ ବି ବାପାଙ୍କ ପରି ସମ୍ମାନ ପାଇବା ଯୋଗ୍ୟ।

ଏକଥା ତ କହିବା ଆଦୌ ବି ଆବଶ୍ୟକ ନୁହେଁ ଯେ ଜଣେ ବାପାଙ୍କର ବିକଳ୍ପ ଭାବେ ଯଦି କାହାକୁ ବିବେଚନା କରାଯାଏ ସେ ହେଉଛନ୍ତି ମାଆ। ଜଣେ ବାପାଙ୍କ ସ୍ଥାନ ଏକମାତ୍ର ମାଆ ହିଁ ନେଇ ପାରନ୍ତି ଓ ଜଣେ ମାଆର ସ୍ଥାନ କେବଳ ବାପା ଚାହିଁଲେ ପୂରା କରିପାରନ୍ତି ବାପାଙ୍କ ପରି ମାଆ ବି ସମ୍ମାନୀୟା।

କଥାରେ ଅଛି ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର। ଅର୍ଥାତ ବାପାମାଆଙ୍କ ପରି ଆଉ ଯଦି କିଏ ସମ୍ମାନର ଅଧିକାରୀ ତେବେ ସେ ହେଉଛନ୍ତି ଗୁରୁ। ଗୁରୁଙ୍କୁ ଭାରତୀୟ ସଂସ୍କୃତିରେ ଈଶ୍ୱରଙ୍କ ସ୍ଥାନ ଦିଆଯାଇଛି।

 

ବେଳେ ବେଳେ କୌଣସି ରକ୍ତର ସଂପର୍କ ନହେଲେ ବି କେହି କେହି ରକ୍ତ ସଂପର୍କଠୁ ବଳି ଯାଇ ସଂପର୍କ ନିଭାଇଥାନ୍ତି। ସେପରି ବ୍ୟକ୍ତି ଅବଶ୍ୟ ଜୀବନରେ ଖୁବ୍‌ କମ୍‌ ଆସନ୍ତି। ଆପଣଙ୍କୁ ଯଦି କେହି କେବେ ଆପଣଙ୍କ ଆବଶ୍ୟକ ସମୟରେ ତାଙ୍କ କାନ୍ଧ ଦେଇଛନ୍ତି ତେବେ ସେ ବ୍ୟକ୍ତି ଜଣକ ଜୀବନ ଯାକ ସମ୍ମାନୀୟ।



from ବିଶେଷ – Sambad https://ift.tt/2RoSfEQ

Post a Comment

0 Comments