ମାନବିକତା ଶିଖାଇ ଦେଲା କରୋନା: ବିପଦ ସମୟରେ ଦେବଦୂତ ସାଜିଲେ ତାମିଲ୍‌ ପଡ଼ୋଶୀ

ଚେନ୍ନାଇ: ବାଇବଲ୍‌ କହେ ‘ନିଜ ପଡ଼ୋଶୀଙ୍କୁ ନିଜ ପରି ଭଲପାଅ’। ଏହି ଉକ୍ତିଟିକୁ ଅତି ଗମ୍ଭୀର ଭାବରେ ନେଇଛନ୍ତି ତାମିଲନାଡୁର କିଛି ପଡ଼ୋଶୀ। କରୋନା ମହାମାରୀ ସମୟରେ ମାନବ ସମର୍ଥନ ସବୁଠାରୁ ବେଶି ଆବଶ୍ୟକୀୟ ହୋଇଥିବା ବେଳେ ସଂକ୍ରମଣ ଭୟରେ ସଂପର୍କୀୟ ବି ସାଥ୍‌ ଛାଡ଼ି ଦେଉଥିବା ବେଳେ ଉଦାହରଣ ପାଲଟିଛନ୍ତି କିଛି ପଡ଼ୋଶୀ। ମହାମାରୀ କରୋନା ଅନେକ ଲୋକଙ୍କ ଭଲ ଦିଗକୁ ଆଣିଛି। ଯଦିଓ ଶାରୀରିକ ଭାବରେ ଆମ ସମସ୍ତଙ୍କୁ ସାମାଜିକ ଦୂରତ୍ବ ରଖିବାକୁ ପଡୁଛି, ମାତ୍ର ଅନେକ ସହୃଦୟ ବ୍ୟକ୍ତି କରୋନା ସମୟରେ ବଡ଼ପଣ ଦେଖାଇ ହୃଦୟ ଜିଣୁଛନ୍ତି।

ଯେତେବେଳେ ପୁଷ୍ପା ଓ ତାଙ୍କ ସ୍ବାମୀ ରାକେଶ(ଛଦ୍ବନାମ) କରୋନା ପଜିଟିଭ୍‌ ବୋଲି ଜାଣିବାକୁ ପାଇଲେ ସେମାନେ ପ୍ରଥମେ ଖୁବ୍ ବିବ୍ରତ ହୋଇପଡ଼ିଲେ। କାରଣ ତାଙ୍କର ଦେଖାଶୁଣା କରିବାକୁ ତାଙ୍କ ପରିବାରରେ କେହି ବି ନ ଥିଲେ। କରୋନା ସଂକ୍ରମିତ ହେଲେ କେଉଁଆଡ଼େ ଯାଇ କିଛି କାମ କରିବାକୁ ବାରଣ ରହିଥିବା ବେଳେ ସେମାନେ କ’ଣ ଖାଇବେ, କିପରି ଚଳିବେ ଏ ନେଇ ଖୁବ୍ ଚିନ୍ତିିତ ହୋଇ ପଡ଼ିଥିଲେ। ସେହି ସମୟରେ ସାହାଯ୍ୟ ପାଇଁ ଆଗେଇ ଆସିଲେ ତାଙ୍କ ପଡ଼ୋଶୀ। ତାହା ତାଙ୍କୁ ଖୁବ୍ ଆନନ୍ଦିତ କରାଇଥିଲା।

New Indian Express

ପୁଷ୍ପା ଓ ରାକେଶ କହନ୍ତି, ‘ଆମେ ମାତ୍ର ଛଅ ମାସ ତଳେ ଏହି ଆପାର୍ଟମେଣ୍ଟ୍‌ରେ ରହିବାକୁ ଆସିଥିଲୁ। ଆମେ ସ୍ବାମୀ-ସ୍ତ୍ରୀ ଉଭୟ କରୋନା ପଜିଟିଭ୍‌ ବାହାରିବା ପରେ ପ୍ରଥମେ ଖୁବ୍‌ ଡରିଗଲୁ। ମାତ୍ର ଜଣେ ପଡ଼ୋଶୀ ଆଶ୍ଚର୍ଯ୍ୟଜନକ ଭ‌ାବେ ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ତାଙ୍କର ୩ ପିଲା ଥିବା ସତ୍ତ୍ବେ ସେ ଆମକୁ ଖାଦ୍ୟ ଓ କାଢ଼ା ଯୋଗାଇ ଦେଇଥିଲେ।’

ସେହିପରି ରାମା ନାମକ ଜଣେ କରୋନା ଆକ୍ରାନ୍ତ କହନ୍ତି, ‘ମୋ ସ୍ବାମୀ, ପୁଅ ଓ ମୁଁ ଯେତେବେଳେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଲା ଆମ ପଡ଼ୋଶୀମାନେ ଖୁବ୍‌ ଭଲ ବ୍ୟବହାର ‌ପ୍ରଦର୍ଶନ କରିଥିଲେ। ପ୍ରତିଦିନ, ସେମାନଙ୍କ ମଧ୍ୟରୁ ୪ ଜଣ ଆମକୁ ଖାଦ୍ୟ ଦେବା ପାଇଁ ଆସିଥାନ୍ତି। ସେମାନେ ଆମକୁ ପ୍ରତିଦିନ ଔଷଧ, ବିସ୍କୁଟ, ଫଳ ଆଦି ଯୋଗାଇ ଦେଇଥିଲେ।’



from ବିଶେଷ – Sambad https://ift.tt/33Hnilg

Post a Comment

0 Comments