କରୋନା ଆକ୍ରାନ୍ତଙ୍କ ଭିଡିଓ ସେୟାର କରି ଆଇପିଏସ୍ ଅଧିକାରୀ କହିଲେ, ଏମିତି ନାଚିଲେ କରୋନା ନିଶ୍ଚୟ ହାରିଯିବ

ନୂଆଦିଲ୍ଲୀ: କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତ୍ୟେକ ପରିସ୍ଥିତିରେ ଖୁସିରେ ରହୁଥିବା ଦେଖିବାକୁ ମିଳିଥାଏ। ନିକଟରେ ଏପରି ଏକ ଦୃଶ୍ୟ କୋଭିଡ ଡାକ୍ତରଖାନାରୁ ସାମ୍ନାକୁ ଆସିଛି| ଯେଉଁଠାରେ କିଛି କରୋନା ରୋଗୀ ଡାକ୍ତରଖାନାରେ ଜନ୍ମଦିନ ଭୋଜି ପାଳନ କରି ଖୁବ ଖୁସିରେ ନାଚୁ ଥିବା ନଜରକୁ ଆସିଛି |

ଆଇପିଏସ୍ ଅଧିକାରୀ ଦୀପନସୁ କାବ୍ରା ତାଙ୍କ ଟୁଇଟ ଆକାଉଣ୍ଟରେ ଏହି ଘଟଣାର ଭିଡିଓ ସେୟାର କରି ଲେଖିଛନ୍ତି, “@dalermehndi ଗୀତରେ ୨ ମିନିଟର ନାଚିବା ଦ୍ବାରା ବଡବଡ଼ ନକାରାତ୍ମକତାକୁ ଦୂର କରାଯାଇ ପାରିବ। @RaipurDist ଇନଡୋର ଷ୍ଟାଡିୟମରେ # କୋଭିଡ ହସ୍ପିଟାଲରେ ଜନ୍ମଦିନ ଭୋଜିର ଦୃଶ୍ୟ। ଆପଣ ମଧ୍ୟ ଏହିପରି ହସିବା ଉଚିତ୍, ମନ ଖୋଲି ନାଚିବା ଉଚିତ ଓ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ ରହିଛି। ଏପରି କରିବା ଦ୍ବାରା କରୋନା ଦିନେ ନା ଦିନେ ନିଶ୍ଚୟ ହାରିବ।

 

ଭିଡିଓକୁ ଦେଖିଲେ ଲାଗୁଛି ଯେ ସେଠାରେ ଯେତେ ବି କୋଭିଡ ଆକ୍ରାନ୍ତ ଅଛନ୍ତି ସେମାନଙ୍କୁ କୌଣସି ପ୍ରକାରର କରୋନା ଭୟ ନାହିଁ । ସେମାନଙ୍କର ଚିନ୍ତାଧାରା କେତେ ସକାରାତ୍ମକ ଅଟେ | ସେଥିପାଇଁ ସେମାନେ ସବୁକିଛି ଭୁଲିଯାଇ ଜନ୍ମଦିନ ଭୋଜିର ବହୁତ ମଜା କରୁଛନ୍ତି | ଏହା ମଧ୍ୟ ସତ୍ୟ ଯେ ଯଦି ଆପଣ ନିଜ ମନରେ କୌଣସି ନକାରାତ୍ମକ ଚିନ୍ତାଧାରା ଆଣିବେ ନାହିଁ ତେବେ ଆପଣ ଯେକୌଣସି ରୋଗକୁ ନିଶ୍ଚୟ ପରାସ୍ତ କରି ପାରିବେ। |



from ବିଶେଷ – Sambad https://ift.tt/2F76Cet

Post a Comment

0 Comments