ଆଦର୍ଶ ଗୁରୁ : ନିଜ ସଞ୍ଚୟ ଟଙ୍କାରୁ ୧୬ ଜଣ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ୍‌ କିଣିଦେଲେ ଶିକ୍ଷକ

‌ଚେନ୍ନାଇ: ମହାମାରୀ କରୋନା ଭାଇରସ୍‌ ପାଇଁ ସ୍କୁଲ୍‌ଗୁଡ଼ିକ ବନ୍ଦ ରହିଥିବା ବେଳେ ଅନ୍‌ଲାଇନ୍‌ କ୍ଲା‌ସକୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ଏହି କାରଣରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଣ୍ଡ୍ରଏଡ୍‌ ସେଟ୍ ଏବେ‌ ନିହାତି ଆବଶ୍ୟକ ‌ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ପରମବାଲୁସ୍ଥିକ ଏକ ସରକାରୀ ବିଦ୍ୟାଳୟର ଶିକ୍ଷକ ନିଜର ୧୬ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୧୬ଟି ଆଣ୍ଡ୍ରଏଡ୍‌‌ ଫୋନ୍‌ କିଣିଦେଇ ଚର୍ଚ୍ଚା ପାଲଟିଛନ୍ତି। ସେ ଏହି ୧୬ଟି ଫୋନ୍‌ କିଣିବା ପାଇଁ ନିଜ ସଞ୍ଚୟରୁ ପ୍ରାୟ ୧ ଲକ୍ଷ ଟଙ୍କା ବିନିଯୋଗ କରିଥିବା ସୂଚନା ରହିଛି।

ଏଲାମ୍ବାଲୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ କେ ବାଇରାଭି କହନ୍ତି କି ସେ ବେସରକାରୀ ବିଦ୍ୟାଳୟ ପରି ତାଙ୍କ ଛାତ୍ରମାନଙ୍କ ପାଇଁ ଅନଲାଇନ୍ ପାଠ୍ୟକ୍ରମ କରିବାକୁ ଚାହୁଁଛନ୍ତି। ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆସନ୍ତାବର୍ଷ ବୋର୍ଡ ପରୀକ୍ଷା ସାମ୍ନା କରିବେ। ସେମାନଙ୍କର ଆର୍ଥିକ ପୃଷ୍ଠଭୂମିକୁ ଦୃଷ୍ଟିରେ ରଖି ଶିକ୍ଷକ ସ୍ମାର୍ଟଫୋନ୍ କିଣିବା ସହ ସେଥିରେ ସିମ୍‌ କାର୍ଡ ପକାଇ ରିଚାର୍ଜ କରି ଛାତ୍ରଛାତ୍ରୀଙ୍କୁ ଦେଇଥିବା ଜାଣିବାକୁ ମିଳିଛି।


New Indian Express

ସେ ଆହୁରି ବି କହନ୍ତି କି, ‘ଆମେ ଅନେକ ଗାଁକୁ ଯାଇ ଛାତ୍ରଛାତ୍ରୀମାନଙ୍କ ବାପମାଆଙ୍କୁ ସେମାନଙ୍କ ପିଲାମାନଙ୍କ ପାଠପଢ଼ା ପାଇଁ ଯତ୍ନଶୀଳ ହେବାକୁ କହିଥିଲୁ। ମାତ୍ର ଦେଖିବାକୁ ପାଇଲି ଯେ ଅନେକ ଛାତ୍ରଙ୍କ ଘରେ କୌଣସି ମୌଳିକ ସୁବିଧା ନାହିଁ। ସୁବିଧା ନ ପାଇ ସେମାନେ ଦାରିଦ୍ର୍ୟରେ ଜୀବନ ବିତାଉଛନ୍ତି। ଏହା ଦେଖିବା ପରେ ମୁଁ ବହୁତ ଦୁଃଖୀ ହେଲି। ପିଲାମାନଙ୍କୁ ସ୍ମାର୍ଟଫୋନ୍‌‌ ଯୋଗାଇ ଦେବାର ଚିନ୍ତାଧାରା ମୋ ଝିଅର। ମୋ ଝିଅ ମେ‌ା‌ତେ ଏପରି ବୁଦ୍ଧି ଦେବା ପରେ ମୁଁ ଏପରି କରିବାର ନିଷ୍ପତ୍ତି ନେଲି।’



from ବିଶେଷ – Sambad https://ift.tt/3lYbGm7

Post a Comment

0 Comments