ଝୁଲନ୍ତା ମଣିଷ

ଚେକ୍‌ ଗଣରାଜ୍ୟର ରାଜଧାନୀ ପ୍ରାଗ୍‌ର ଜିଲ୍‌ସ୍କା ଷ୍ଟ୍ରିଟ୍‌ରେ ରହିଛି ‘ଝୁଲନ୍ତା ମଣିଷ’ ନାମକ ବିଚିତ୍ର ଭାସ୍କର୍ଯ୍ୟ। ଚେକୋସ୍ଲୋଭାକିଆରେ ସାମ୍ୟବାଦର ପତନ ସ୍ମୃତିକୁ ଉଜ୍ଜୀବିତ କରିରଖିବା ପାଇଁ ସ୍ଥାନୀୟ ଭାସ୍କର ଡେଭିଡ୍‌ ସର୍ନି ଏହି ଭାସ୍କର୍ଯ୍ୟ ଗଢ଼ିଥିଲେ। ଏହା ଖ୍ୟାତନାମା ମନୋବିଜ୍ଞାନୀ ସିଗମଣ୍ତ୍‌ ଫ୍ରଏଡ୍‌ଙ୍କର ପ୍ରତିମା। ଫ୍ରଏଡ୍‌ ଅବିଭକ୍ତ ଚେକୋସ୍ଲୋଭାକିଆର ମୋରାଭିଆରେ ଜନ୍ମ ହୋଇଥିଲେ। ତାଙ୍କର ଏକ ଫଟୋ ଦେଖି ସର୍ନି, ବ୍ରୋଞ୍ଜ ଧାତୁରେ ପ୍ରତିମାଟିକୁ ଗଢ଼ିଥିଲେ। ପ୍ରତିମାଟିକୁ ୧୯୯୬ରେ ସ୍ଥାପନ କରାଯାଇଥିଲା। ଏତେ ଜୀବନ୍ତ ଦିଶୁଥିଲା ଯେ, ପଥଚାରୀମାନେ ପ୍ରଥମେ ଦେଖି ଭୟଭୀତ ହୋଇଥିଲେ। କେହି ଜଣେ ଆତ୍ମହତ୍ୟା କରିବାକୁ ଯାଉଥିବା ଭାବିଥିଲେ। ସଙ୍ଗେ ସଙ୍ଗେ ପୁଲିସ୍‌ ଏବ˚ ହସପିଟାଲ୍‌କୁ ଖବର ଦିଆଯାଇଥିଲା। ଯାନ୍ତ୍ରିକ ଶିଡ଼ି ସାହାଯ୍ୟରେ ଜଣେ ପୁଲିସ୍‌ କର୍ମଚାରୀ ପ୍ରତିମା ନିକଟରେ ପହଞ୍ଚିବା ପରେ ପ୍ରକୃତ କଥାଟି ଜଣାପଡ଼ିଥିଲା। ‘ଝୁଲନ୍ତା ମଣିଷ’କୁ ଇଉରୋପ୍‌ ଏବ˚ ଆମେରିକାର ଏକାଧିକ ସହରରେ ପ୍ରଦର୍ଶିତ କରାଯାଇଛି।



from ବିଶେଷ – Sambad https://ift.tt/32M0a4C

Post a Comment

0 Comments