ଶିକ୍ଷକଙ୍କ ମହାନତା: ସ୍ମାର୍ଟଫୋନ୍‌ ନାହିଁ, ତଥାପି ବି ବନ୍ଦ ହୋଇନି ପିଲାଙ୍କ ପାଠପଢ଼ା

ରାନିପେଟ୍: ମହାମାରୀ କରୋନା ଭାଇରସ୍‌ ହେତୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଯାହାକି ପିଲାମାନଙ୍କ ପାଠପଢ଼ା ଉପରେ ଗଭୀର ଭାବେ ପ୍ରଭାବ ପକାଉଛି। ଯେଉଁ ସ୍କୁଲ୍‌ମାନଙ୍କରେ ଅନ୍‌ଲାଇନ୍‌ ଶିକ୍ଷା ଉପଲବ୍ଧ ହେଉଛି ସେହି ସବୁ ସ୍କୁଲ୍‌କୁ ବାଦ୍‌ ଦେଲେ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଏକରକମର ଠପ୍‌ ହୋଇଛି। ତା ସତ୍ତ୍ବେ ବି କିଛି ଶିକ୍ଷକଙ୍କ ମହାନତା ଆଶାର କିରଣ ପାଲଟୁଛି। ଆମେ କହୁଛୁ ରାନିପେଟ ଜିଲ୍ଲାର ନେମିଲି ବ୍ଲକରେ ଅବସ୍ଥିତ ଇରୁଲା କଲୋନୀରେ ପାଠ ପଢ଼ାଉଥିବା ଜଣେ ମହାନ ଶିକ୍ଷକଙ୍କ କଥା। ଲକ୍‌ଡାଉନ୍‌ ହେତୁ ସ୍କୁଲ୍‌ ବନ୍ଦ ରହିଛି, ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପାଖରେ ଆବଶ୍ୟକୀୟ ସ୍ମାର୍ଟଫୋନ୍‌ ନାହିଁ। ଏପରି ଏକ ପରିସ୍ଥିତିରେ ବି ଛାତ୍ରଛାତ୍ରୀମାନଙ୍କ ଜୀବନକୁ ମାଟି ହେବାକୁ ଦେଇନାହାନ୍ତି ସେମାନେ ପଢୁଥିବା ସ୍କୁଲ୍‌ ପ୍ରଧାନ ଶିକ୍ଷକ ପି ମହେଶ।

https://ift.tt/JUEAQD

ଘ‌ରେ ଟିଭି କିମ୍ବା ସ୍ମାର୍ଟଫୋନ୍‌ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ କ୍ଲାସ୍‌ ସ୍ବପ୍ନ ପାଲଟିଥିବା ବେଳେ ଉଚିତ ସାମାଜିକ ଦୂରତ୍ବ ରଖିବା ସହ ମୁହଁରେ ମାସ୍କ ପରିଧାନ କରି ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ମହେଶ। ୧୫ ଜଣ ପିଲା ମହେଶଙ୍କଠାରୁ ଶିକ୍ଷା ଗ୍ରହଣ କରିବାକୁ ଆସୁଛନ୍ତି। ଦ୍ବରତ୍ବ ରଖି ବସିବା ସହ କରୋନା ସମସ୍ତ କରୋନା ସତର୍କତା ଅବଲମ୍ବନ କରି ପାଠ ପଢ଼ି ପୁଣି ଘରକୁ ଫେରୁଛନ୍ତି। ପ୍ରଥମେ ମହେଶ ଏପରି କରିବା ପରେ କାଟୁକାଣ୍ଡିଗାଇର ଏକ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଅନ୍ୟ ଜଣେ ଶିକ୍ଷକ ଏ ରମେଶ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି।



from ବିଶେଷ – Sambad https://ift.tt/2RaZ90z

Post a Comment

0 Comments