ଚୋର ନ ଥିବା ଗ୍ରାମ!

ପଶ୍ଚିମ ରୋମାନିଆରେ ଆଇବେନ୍‌ଥାଲ୍‌ ନାମକ ଗ୍ରାମ ଅଛି। ଏହାର ବିଶେଷତ୍ବ ହେଉଛି, ଏଠାରେ ଆଦୌ ଚୋରି ହୁଏନାହିଁ। ଏହା ଚୋର-ଶୂନ୍ୟ ଗ୍ରାମ। ଏକ ପାହାଡ଼ ପାଦଦେଶରେ ପ୍ରାକୃତିକ ସବୁଜିମା ମଧ୍ୟରେ ଆଇବେନ୍‌ଥାଲ୍‌ ଅବସ୍ଥିତ। ଗ୍ରାମର ଜନସ˚ଖ୍ୟା ଛଅ ଶହ। ଗତ ପଚାଶ ବର୍ଷ ଭିତରେ ଏଠାରେ ଥରେ ହେଲେ ଚୋରି ହୋଇନାହିଁ କିଂବା ଅନ୍ୟ କୌଣସି ଅପରାଧ ଘଟିନାହିଁ।

Euronews

ଆଇବେନ୍‌ଥାଲ୍‌ର ଆଖ-ପାଖରେ ଅନ୍ୟ କୌଣସି ଗ୍ରାମ ନାହିଁ। ସବୁଠାରୁ ନିକଟବର୍ତ୍ତୀ ଗ୍ରାମ ପ୍ରାୟ ତିରିଶ କିଲୋମିଟର‌୍‌ ଦୂରରେ। ଅନ୍ୟ ଅଞ୍ଚଳର ଅପରାଧୀ ମଧ୍ୟ ଏହି ଗ୍ରାମକୁ ଆସନ୍ତିନାହିଁ। ଆଇବେନ୍‌ଥାଲ୍‌ରେ ପୁଲିସ୍‌ ଥାନା, ଫାଣ୍ତି ଆଦି ନାହିଁ। ଅନ୍ୟ ଥାନା ବା ଫାଣ୍ତିରୁ ପୁଲିସ୍‌ କର୍ମଚାରୀ ଏଠାକୁ କେବେ ଆସିଥିବା ଜଣାଯାଏନାହିଁ। କାରଣ, କାହାର କେବେ ଦରକାର ପଡ଼ିନାହିଁ। ଏଠାକାର ସମସ୍ତ ବାସିନ୍ଦା ଚେକ୍‌। ବାହ୍ୟ ଦୁନିଆ ସହ ସେମାନଙ୍କର ବିଶେଷ ସ˚ପର୍କ ନାହିଁ।



from ବିଶେଷ – Sambad https://ift.tt/3gJ7bI7

Post a Comment

0 Comments