ଆଜି ପବିତ୍ର ଗଣେଶ ଚତୁର୍ଥୀ: ଜାଣନ୍ତୁ ଶୁଭ ମୁହୂର୍ତ୍ତ, ପୂଜାବିଧି ଓ ଉପବାସ ନିୟମ

ଆଜି ପବିତ୍ର ଗଣେଶ ପୂଜା। ପ୍ରଭୁ ଶ୍ରୀଗଣେଶଙ୍କ ଏହି ଶୁଭ ଜନ୍ମତିଥିରେ କୌଣସି ବି କାର୍ଯ୍ୟର ଶୁଭାରମ୍ଭ କଲେ ସେଥିରେ ସଫଳତା ମିଳେ ବୋଲି ଲୋକେ ବିଶ୍ବାସ କରନ୍ତି। ବିଶ୍ବାସ ରହିଛି ‌ଯେ ଗଣେଶଙ୍କ ସ୍ଥାପନା ହେଲେ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଏ। କୌଣସି ନୂଆ ବ୍ୟବସାୟ କରିବାର ଥିଲେ, ଅଳଙ୍କାର, ଗାଡ଼ି, ସଂପତ୍ତି ଆଦି କିଣିିବାର ଥିଲେ ଏହି ଦିନକୁ ଖୁବ୍ ଶୁଭ ମନାଯାଏ।

ପ୍ରତ୍ୟେକ ଗଣେଶ ଚତୁର୍ଥୀରେ ଏକ ଶୁଭ ମୁହୂର୍ତ୍ତ ଥାଏ, ଯେଉଁ ମୁହୂର୍ତ୍ତରେ ଆମକୁ ଶୁଭ କାର୍ଯ୍ୟର ଅୟମାରମ୍ଭ କରିବା ଉଚିତ। ଚଳିତବର୍ଷ ଏହି ଶୁଭ ମୁହୂର୍ତ୍ତ ଗତକାଲି ରାତି ୧୧.୦୨ରୁ ଆରମ୍ଭ ହୋଇ ଆଜି ସଂଧ୍ୟା ୭.୫୭ରେ ଶେଷ ହେଉଛି। ଆଜି ମଧ୍ୟାହ୍ନ ୧୧.୦୬ରୁ ଅପରାହ୍ନ ୧.୪୨ ମଧ୍ୟରେ ଗଣପତିଙ୍କ ପୂଜା କଲେ ଖୁବ୍ ଭଲ।

ଦେଶର ବିଭିନ୍ନ ଅଞ୍ଚଳରେ ଦୀର୍ଘ ୧୦ ଦିନ ଧରି ପାଳିତ ହେଉଥିବା ଏହି ପୂଜା ସେପ୍ଟେମ୍ବର ପହିଲାରେ ଶେ‌ଷ ହେବ। ଅର୍ଥାତ ସେପ୍ଟେମ୍ବର ୧ରେ ବିସର୍ଜନ ହେବ ଶ୍ରୀଗଣେଶଙ୍କ ମୂର୍ତ୍ତୀ। 


The Indian Express

ଗଣେଶଙ୍କ ଭକ୍ତମାନେ ନିଜ ଘରେ, ଦୋକାନରେ, ଶିକ୍ଷାନୁଷ୍ଠାନ କିମ୍ବା ଅନ୍ୟାନ୍ୟ ପ୍ରତିଷ୍ଠାନମାନଙ୍କରେ ଗଣେଶଙ୍କ ମୂର୍ତ୍ତୀ ରଖି ପୂଜାର୍ଚ୍ଚନା କରିବା ସହ ସାନ୍ଧ୍ୟା ଆଳତୀ କରିଥାନ୍ତି। ଚଳିତବର୍ଷ ଆଜି ଅର୍ଥାତ ଅଗଷ୍ଟ ୨୨ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଶ୍ରୀଗଣେଶଙ୍କୁ ନିଜ ସହ ରଖି ପୂଜା କରିବାର ସୌଭାଗ୍ୟ ପାଉଛନ୍ତି ଭକ୍ତମାନେ। ଗଣେଶଙ୍କ ପୂଜାରେ ମୁଖ୍ୟ ବ୍ୟବହୃତ ସାମଗ୍ରୀ ହେଉଛି ଫୁଲ, ଫଳ ଏବଂ ମିଠା।

ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ପାଇଁ କାଷ୍ଠା ଉପବାସର କୌଣସି ଆବଶ୍ୟକତା ନାହିଁ। ଶ୍ରଦ୍ଧାଳୁମାନେ ଫଳମୂଳ କିମ୍ବା ଅରୁଆ ଅର୍ଣ୍ଣ ଖାଇ ଏହି ପୂଜା କରିପାରିବେ। ବିଶେଷ କୌଣସି ଶାରୀରିକ ସମସ୍ୟା ନଥିଲେ ସଂଧ୍ୟା ସୁଦ୍ଧା ନିଜର ଭୋଜନ ଶେଷ କରି ରାତିରେ ଉପାସ ରହିଲେ ଭଲ।



from ବିଶେଷ – Sambad https://ift.tt/2QiME2g

Post a Comment

0 Comments