କୋରିଓଗ୍ରାଫର ଧନଶ୍ରୀଙ୍କ ସହ ନିର୍ବନ୍ଧ କଲେ କ୍ରିକେଟର୍ ୟୁଜବେନ୍ଦ୍ର ଚହଲ

ନୂଆଦିଲ୍ଲୀ: ଭାରତୀୟ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଶନିବାର କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇଥିବା କଥା ସେ ତାଙ୍କ ଇନ୍‌ଷ୍ଟା ପୋ‌ଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି। ୩୦ ବର୍ଷିଅ ୟୁଜବେନ୍ଦ୍ର ଧନଶ୍ରୀଙ୍କ ସହ ତାଙ୍କର ଏକ ସୁନ୍ଦର ଯୁଗଳ ଫଟୋ ସେୟାର୍‌ କରି ଏ ସଂପର୍କରେ ଘୋଷଣା କରିଛନ୍ତି।

ସେ ତାଙ୍କର ଓ ତାଙ୍କ ଭାବି ପତ୍ନୀଙ୍କର ଏକ ଫଟୋ ସେୟାର୍‌ କରି ‌କ୍ୟାପ୍‌ସନ୍‌ ଦେଇଛନ୍ତି କି ‘ଆମ ପରିବାର ଲୋକଙ୍କୁ ଆମେ ହଁ କହିଲୁ’।

ଚହଲ ଏହି ଖବର ସେୟାର କରିବାର କିଛି ସମୟ ପରେ ତାଙ୍କ ଟିମ୍‌ମେଣ୍ଟ୍‌ସମାନେ ଏହି ଦମ୍ପତିଙ୍କ ପାଇଁ ଅଭିନନ୍ଦନ ବାର୍ତ୍ତା ଦେବା ଆରମ୍ଭ କରିଥିଲେ।

 

 

View this post on Instagram

 

We said “Yes” along with our families❤ #rokaceremony

A post shared by Yuzvendra Chahal (@yuzi_chahal23) on

ଚହଲଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି କମେଣ୍ଟ୍‌ ଦେଇ ଲେଖିଛନ୍ତି, ‘ଉଭୟଙ୍କୁ ଭଗବାନ ଆଶୀର୍ବାଦ କରନ୍ତୁ’। ସେହିପରି ବୋଲିଂ କୋଚ୍ ଆର.ଶ୍ରୀଧନ ଲେଖିଛନ୍ତି, ‘ତୁମ ଦୁହିଁଙ୍କୁ ଅଭିନନ୍ଦନ।’

ଭାରତୀୟ ଓପନର୍ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସାଜଦେହ ମଧ୍ୟ ଏହି ଯୋଡିଙ୍କୁ ଏକ  ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି।ଭାରତୀୟ କ୍ରିକେଟର ମନଦୀପ ସିଂ କମେଣ୍ଟ କରିଛନ୍ତି, “ୱା! ଛୁପା ରୁସ୍ତମ୍‌ ମୁବାରକ ଭାଇ।”

ଧନଶ୍ରୀଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଦେଖି ଜ‌ାଣିବାକୁ ମିଳିଛି ଯେ ସେ ଜଣେ ଡାକ୍ତର, କୋରିଓଗ୍ରାଫର ଏବଂ ୟୁଟ୍ୟୁବର୍ ମଧ୍ୟ।

ଅନ୍ୟପକ୍ଷରେ, ମାର୍ଚ ମାସରେ କରୋନାଭାଇରସ୍ କାରଣରୁ କ୍ରିକେଟ୍ ବନ୍ଦ ହେବା ପରଠାରୁ ଚହଲ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଥିଲେ। ବର୍ତ୍ତମାନ ବନ୍ଦ ହୋଇ ସାରିଥିବା ଟିକ୍‌ଟକ୍‌ ଆପ୍‌ରେ ‌ସେ ଅନେକ ଭିଡିଓ ସେୟାର କରି ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲେ |

ଚହଲ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୩ ତମ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) କୁ ପ୍ରତିନିଧିତ୍ୱ କରିବେ ବୋଲି ସୂଚନା ରହିଛି।



from ବିଶେଷ – Sambad https://ift.tt/2XGFVDo

Post a Comment

0 Comments