ପୁଅର ଜନ୍ମଦିନ ପାଳନ କରିବାକୁ ଆର୍ଥିକ ଅଭାବ ସତ୍ତ୍ବେ ଗାଁର ପୁରୁଣା ସ୍କୁଲ୍‌ କାନ୍ଥରେ ରଂଗ ଭରିଲେ ବାପା

ବାଘଲକୋଟ: ନିଜ ପିଲାର ଜନ୍ମଦିନ ମନାଇବା ପାଇଁ ବାପାମାଆମାନେ ବିଭିନ୍ନ ପ୍ରକାରର କାର୍ଯ୍ୟ ସବୁ କରିଥାନ୍ତି। କର୍ଣ୍ଣାଟକର ବାଘଲକୋଟ ଗ୍ରାମର ଜଣେ ବ୍ୟକ୍ତି ନିଜ ପୁଅର ଜନ୍ମଦିନରେ ଏପରି କିଛି କାମ କରିଛନ୍ତି ଯାହା ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି। ବ୍ୟକ୍ତି ଜଣକ ତାଙ୍କ ପୁଅ ଜନ୍ମଦିନରେ ବାଘଲକୋଟ ଗାଁରେ ଥିବା ବିଦ୍ୟାଳୟକୁ ରଂଗ ଦେଇ ଚକାଚକ୍‌ କରିଛନ୍ତି, ଯାହାକି ‌କାହିଁ କେତେ ବର୍ଷରୁ ରଂଗଛଡ଼ା ହୋଇ ପଡ଼ି ରହିଥିଲା।

ବ୍ୟକ୍ତିଙ୍କର ଏପରି କାର୍ଯ୍ୟରେ ସ୍କୁଲ୍‌ କର୍ମଚାରୀ, ଶିକ୍ଷକ ଓ ପ୍ରଧାନ ଶିକ୍ଷକ ସମସ୍ତଙ୍କ ଖୁସିର ସୀମା ନାହିିଁ। ଦଶନ୍ଧି ଦଶନ୍ଧି ଧରି ରଂଗ ବାଜି ନଥିବା ବିଦ୍ୟାଳୟ ରଂଗୀନ ହୋଇଯିବା ପରେ ଛୁଟି ସାରି ବିଦ୍ୟାଳୟ ଫେରିବା ପରେ ସମସ୍ତେ ଚକିତ ହୋଇ ପଡ଼ିିଥିଲେ। ସ୍କୁଲ୍‌ କାନ୍ଥରେ ରଂଗ ବାଜିିବା ପରେ କାନ୍ଥ ପୂରା ଚକ୍‌ଚକ୍‌ ଦିଶୁଥିଲା।

newindianexpress

ସ୍କୁଲ୍‌ ଘରେ ରଂଗ ଦେଇଥିବା ବ୍ୟକ୍ତି ଜଣକ ସେହି ସ୍କୁଲ୍‌ରେ ଗ୍ରୁପ୍-ଡି କର୍ମଚାରୀ (ପିଅନ୍) ଅଟନ୍ତି। ତାଙ୍କ ନାମ ମହମ୍ମଦ ସଭା ଆଗ୍ରା। ମହମ୍ମଦଙ୍କ ବୟସ ୪୧ ବର୍ଷ।

ସେ ତାଙ୍କ ପୁଅର ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଏପରି ଏକ ନିଆରା ଉପାୟ ବାଛିଥିଲେ। ସେ ନିଜ ଟଙ୍କାରେ ବିଦ୍ୟାଳୟ ଭବନକୁ ଚିତ୍ରିତ କରିଥିଲେ ନିଆରା ଭାବେ ପୁତ୍ର ଜନ୍ମଦିନ ପାଳନ କରିଥିଲେ।

ତାଙ୍କର ଏହି କାର୍ଯ୍ୟ ବିଭିନ୍ନ ମହଲରୁ ଗ୍ରହଣୀୟତା ହାସଲ କରିଛି। ଆର୍ଥିକ ଅସୁବିଧା ସତ୍ତ୍ବେ ସେ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ କାନ୍ଥକୁ ରଂଗୀନ କରିଛନ୍ତି।



from ବିଶେଷ – Sambad https://ift.tt/2CYyKj4

Post a Comment

0 Comments