
ଡିଜିଟାଲ ୱାଲ୍ର୍ଡରେ କୌଣସି ବ୍ୟକ୍ତିଙ୍କ ଡାଟା ଶତ ପ୍ରତିଶତ ସୁରକ୍ଷିତ ନୁହେଁ। କୌଣସି ସମୟରେ ବି ଏଥିରେ ଉଲ୍ଲଂଘନ ବା ଲିକ୍ ହୋଇପାରେ। ମାତ୍ର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ) ସ୍ମାର୍ଟ କାର୍ଡ ନେଇ ରାଜ୍ୟ ସରକାର କୌଣସି ଡାଟା ବ୍ୟାଙ୍କ ପ୍ରସ୍ତୁତ କରି ନାହାନ୍ତି। ଆଧାର ସିକ୍ୟୁରିଟି ଭଲ୍ଟରୁ ତଥ୍ୟ ନିଆଯାଉଛି। ଲୋକଙ୍କ ତଥ୍ୟକୁ ଯଥାସମ୍ଭବ ସୁରକ୍ଷିତ ରଖିବା ଲାଗି ରାଜ୍ୟ ସରକାର ସିକ୍ୟୁରିଟି ଅପରେସନ୍ ସେଣ୍ଟର ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଦେଶରେ ଏହା ପ୍ରଥମ ଡିଜିଟାଲ ସୁରକ୍ଷା ସେଣ୍ଟର ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଆଇଟି ସଚିବ ମନୋଜ ମିଶ୍ର।
କନକ ନ୍ୟୁଜ୍ ମେକର-୨୦୨୧ର ତୃତୀୟ ଅଧିବେଶନର ବିଷୟବସ୍ତୁ ରହିଥିଲା କେତେ ‘ସ୍ମାର୍ଟ’ ଆମ ସ୍ବାସ୍ଥ୍ୟ ସେବା ? ଏହି ଆଲୋଚନାରେ ସାମିଲ ହୋଇ ଶ୍ରୀ ମିଶ୍ର କହିଥିଲେ ଯେ ରାଜ୍ୟରେ ଏବେ ୯୬.୩ଲକ୍ଷ ୫୪୧ ରାସନ କାର୍ଡଧାରୀ ଅଛନ୍ତି। ବିଏସ୍କେୱାଇରେ କୌଣସି ରୋଗୀଙ୍କୁ ଇନସ୍ୟୁରାନ୍ସ କ୍ଲେମ୍ ବା ଦାବି କରିବାକୁ ପଡ଼ିବ ନାହିଁ। କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍’ ଯୋଜନା ଏହାର ଅନ୍ତର୍ଭୁକ୍ତ। ମାତ୍ର ବିଏସ୍କେୱାଇ ହେଉଛି ଆସ୍ୟୁରାନ୍ସ କ୍ଲେମ୍। ରୋଗୀର ଚିକିତ୍ସା ବାବଦରେ ଖର୍ଚ ହେଉଥିବା ସମସ୍ତ ଅର୍ଥକୁ ରାଜ୍ୟ ସରକାର ସିଧାସଳଖ ହସ୍ପିଟାଲକୁ ପ୍ରଦାନ କରିବେ। ଏଟିଏମ୍ ଭଳି କାର୍ଡ ସ୍ବାଇପ୍ କରି ଜଣେ ରୋଗୀ ହସ୍ପିଟାଲରେ ଚିକିତ୍ସା ପାଇପାରିବେ। ଉଦାହରଣରେ ବୁଝାଇବାକୁ ଶ୍ରୀ ମିଶ୍ର କହିଥିଲେ ଯେ ନିଜ ଝିଅର ଚିକିତ୍ସା ପାଇଁ ସେ ନେଇଥିବା ଘରୋଇ ଇନସ୍ୟୁରାନ୍ସ କ୍ଲେମ୍ ପାଇଁ ତାଙ୍କୁ ବହୁ କାଗଜପତ୍ର କାମ କରିବାକୁ ପଡ଼ିଥିଲା। ମାତ୍ର ବିଏମ୍ସକେୱାଇରେ ଜଣେ ବ୍ୟକ୍ତିଙ୍କୁ କୌଣସି କାଗଜପତ୍ର କାମ କରିବାକୁ ପଡ଼ିବ ନାହିଁ। ବିଏସ୍କେୱାଇରେ ସାମିଲ ଥିବା ଘରୋଇ ହସ୍ପିଟାଲଗୁଡ଼ିକ ଯେପରି ମନଇଚ୍ଛା ବିଲ୍ କିମ୍ବା ଏଥିରେ ଘୋଟାଲା ନ ହେବ ସେଥିପାଇଁ ଅଡିଟିଂ ବ୍ୟବସ୍ଥା ରଖାଯାଇଛି। ବିଏସ୍କେୱାଇ ଯୋଜନାରେ ସିଏମ୍ସି ଭେଲୋର, ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲ ଯୋଡ଼ି ହୋଇଛନ୍ତି। ରାଜ୍ୟରେ ଏବେ ଯେଉଁ ସ୍ବାସ୍ଥ୍ୟ ବ୍ୟବସ୍ଥା ରହିଛି ଏଥିରେ ସୁଧାର ଆଣିବା ଲାଗି ଓଇଏଚ୍ଏମ୍ଏସ୍ ବ୍ୟବସ୍ଥା କରାଯାଉଛି। ଆସନ୍ତା ୧୨-୧୮ମାସ ଭିତରେ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ୍କୁ ଏଥିରେ ଯୋଡ଼ାଯିବ। ଯାହାଫଳରେ ରୋଗୀମାନଙ୍କୁ ସହଜରେ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। କନକ ନ୍ୟୁଜ୍ର ଡେପୁଟି ଏଡିଟର ସ୍ବୟଂ ପ୍ରକାଶ ମହାପାତ୍ର ଏହାକୁ ପରିଚାଳନା କରିଥିଲେ।
The post ଖୁବ୍ଶୀଘ୍ର ସିକ୍ୟୁରିଟି ଅପରେସନ୍ ସେଣ୍ଟର: ମନୋଜ ମିଶ୍ର first appeared on Sambad.ବିଏସ୍କେୱାଇ କାର୍ଡ ମତେ ମିଳିଲେ ଖୁସି ହେବି: ମନୋଜ ମିଶ୍ର
ପୂର୍ବ ବିଏସ୍କେୱାଇ କାର୍ଡରେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବାକୁ ନେଇ କିଛି ସମସ୍ୟା ରହିଥିଲା। ହେଲେ ଏବେ ନୂଆ ସ୍ମାର୍ଟ କାର୍ଡ ଏହି ସମସ୍ୟାର ସମାଧାନ କରିଛି। ଏଥିରେ ରୋଗୀଙ୍କୁ କୌଣସି ପ୍ରକାର କାଗଜପତ୍ର କାମ କରିବାକୁ ପଡ଼ିବ ନାହିଁ। ଘରୋଇ ହସ୍ପିଟାଲରେ ସରକାରଙ୍କ ପକ୍ଷରୁ ଜଣେ ଜଣେ ଲୋକଙ୍କୁ ନିଯୁକ୍ତ କରାଯିବା ସହିତ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକାରୀ କରାଯାଇଛି। ପ୍ରତି ଘରୋଇ ହସ୍ପିଟାଲରେ ପିଓଏସ୍ ମେସିନ୍ ଲଗାଯାଇଛି। କାର୍ଡ ସ୍ବାଇପ୍ କରିବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ବିଷୟରେ ଜାଣିବା ପାଇଁ ଆଙ୍ଗୁଠି କିମ୍ବା ଆଖିର ପ୍ରାମାଣିକତା ନିଆଯାଇଥାଏ। ଏହାବାଦ୍ ଅନ୍ୟ କୌଣସି ଫର୍ମରେ ଦସ୍ତଖତ କରିବାକୁ ପଡ଼ିବ ନାହିଁ। ରୋଗୀଙ୍କ ସମସ୍ତ ଖର୍ଚ ରାଜ୍ୟ ସରକାର ଅନଲାଇନ୍ ସଂପୃକ୍ତ ଘରୋଇ ହସ୍ପିଟାଲକୁ ପ୍ରଦାନ କରିବେ। ଘରୋଇ ସ୍ବାସ୍ଥ୍ୟ ଇନସ୍ୟୁରାନ୍ସ କମ୍ପାନିଠାରୁ ଏହା ବହୁତ ଭଲ। ଭବିଷ୍ୟତରେ ଯଦି ଏଭଳି କାର୍ଡ ମତେ ମିଳିବ ତାହାଲେ ନିଶ୍ଚିତ ଖୁସି ହେବି ବୋଲି ଶ୍ରୀ ମିଶ୍ର କହିଥିଲେ। ତାଙ୍କର ଏହି ମନ୍ତବ୍ୟକୁ ଉପସ୍ଥିତ ଶ୍ରୋତା ତାଳିମାରି ସମର୍ଥନ କରିଥିଲେ।
from ବିଶେଷ | Sambad https://ift.tt/3sINaLN
0 Comments