
ନୂଆଦିଲ୍ଲୀ: ବ୍ରିଟେନରେ ମା’ ପୁଅ ରାତାରାତି ମାଲାମାଲ ହୋଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ମା’ ଓ ପୁଅ ୩୦-୩୦ଲକ୍ଷ ଟଙ୍କାର ଲଟରି ଜିତି ଯାଇଥିବା ଜାଣିବା ପରେ ସେମାନେ ଖୁସିରେ କାନ୍ଦି ପକାଇଥିଲେ।
ଲଟରି ଜିତିଥିବା ମହିଳା କେବେ ହେଲେ ଏଭଳି ଲଟରି ଟିକେଟ କିଣି ନଥିଲେ। ସେ ପୁଅ କହିବା ପରେ ଏଭଳି ଟିକେଟ କିଣିଥିଲେ। ଆଉ ରାତାରାତି ମା’ ଓ ପୁଅ ମାଲାମାଲ ହୋଇ ଯାଇଥିଲେ।
ପ୍ରକାଶିତ ରିପୋର୍ଟ ମୁତାବକ, ମର୍ସିସାଇଡରେ ରହୁଥିବା ୬୦ବର୍ଷୀୟ କେଥଲିନ ମିଲରଙ୍କୁ ତାଙ୍କ ପୁଅ ପାଲ ଅନେକ ଦିନ ହେବ ଲଟରି କିଣିବା ପାଇଁ ଜିଦ କରି ଆସିଥିଲେ। କିନ୍ତୁ କେଥଲିନ ପୁଅର କୌଣସି କଥା ଶୁଣି ନଥିଲେ। ନିକଟରେ ପୁଅ ବହୁତ ଜିଦି କରିବାରୁ ସେ ଲଟରି ଟିକେଟ କିଣିଥିଲେ। ମା’ ସହ ପୁଅ ପାଲ ବି ଲଟରି ଟିକେଟ କିଣିଥିଲେ। ଯେତେବେଳେ ଲକି ଡ୍ର ଘୋଷଣା ହୋଇଥିଲା ମା’ ପୁଅ ଖୁସିରେ ଝୁମି ଯାଇଥିଲେ। କାରଣ ଉଭୟ ମା’ ଓ ପୁଅ ୩୦-୩୦ଲକ୍ଷ ଟଙ୍କା ଜିତି ଯାଇଥିଲେ।
The post ରାତାରାତି ମାଲାମାଲ ହେଲେ ମା’ ଓ ପୁଅ, ମିଳିଲା ୬୦ଲକ୍ଷ ଟଙ୍କା first appeared on Sambad.from ବିଶେଷ | Sambad https://ift.tt/3HdCEki
0 Comments