
ମହାରାଷ୍ଟ୍ର: ଗତ ସୋମବାର ମହାରାଷ୍ଟ୍ରର କଲ୍ୟାଣ ରେଲୱେ ଷ୍ଟେସନରେ ଜଣେ ଗର୍ଭବତୀ ମହିଳାଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଛନ୍ତି ଆରପିଏଫ୍ ଯବାନ । ଗତକାଲି ପ୍ଲାଟଫର୍ମରେ ଗର୍ଭବତୀ ଜଣଙ୍କ ଓହ୍ଲାଇବା ବେଳେ ଟ୍ରେନ ଛାଡି ଦେଇଥିଲା । ଆଉ ତାଙ୍କ ଗୋଡ ଖସି ଯାଇଥିଲା। ସେ ଟ୍ରେନ୍ ଓ ଧାରଣ ମଝିରେ ପଡ଼ି ଯାଉଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଆରପିଏଫ୍ ଯବାନ ଏସ୍ ଆର ଖାନ୍ଦେକର ମହିଳାଙ୍କୁ ମୃତ୍ୟୁମୁଖରୁ ଘୋଷାଡି ଆଣିଥିଲେ। ଏହି ସମୟରେ ଯଦି ଆରପିଏଫ ଗର୍ଭବତୀଙ୍କୁ ଉଦ୍ଧାର କରି ନଥାଆନ୍ତେ ତେବେ ଉଭୟ ମା’ ଓ ଶିଶୁଙ୍କ ଜୀବନ ପ୍ରତି ବିପଦ ରହିଥିଲା।
#WATCH | Railway Protection Force (RPF) constable SR Khandekar saved a pregnant woman passenger from falling into the gap between platform and train while she was deboarding the running train at Kalyan station yesterday. pic.twitter.com/ZeO0mvmHzK
— ANI (@ANI) October 18, 2021
ସଙ୍ଗେସଙ୍ଗେ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ମହିଳା ଜଣକ ସୁସ୍ଥ ଥିବା ଜଣାପଡ଼ିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଆରପିଏଫ୍ ଯବାନଙ୍କ ଏଭଳି କାମ ପାଇଁ ପ୍ରଶଂସା କରାଯାଉଛି।
The post ଗର୍ଭବତୀ ମହିଳାଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ ଯବାନ first appeared on Sambad.from ବିଶେଷ | Sambad https://ift.tt/3n9dsCj
0 Comments