ମାସକୁ ମାତ୍ର ୧ଟଙ୍କାରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଏହି ଯୁବକ

କାନପୁର: କୁହାଯାଏ ବିଦ୍ୟା ଦାନ କଲେ ଏହା ବଢିଥାଏ | ଆଉ ଏହି ଉକ୍ତିକୁ ନିଜ ବାସ୍ତବ ଜୀବନରେ କରି ଦେଖାଇଛନ୍ତି ଉତ୍ତରପ୍ରଦେଶ କାନପୁରର ଯୁବକ ଆନନ୍ଦ ପ୍ରଜାପତି | ତେବେ ଆନନ୍ଦ, ପିଲାଙ୍କୁ ପାଠ ପଢ଼ାଇବାକୁ ମାସିକ ୧ ଟଙ୍କା ହିଁ ନେଇଥାନ୍ତି | କଥାଟି ଶୁଣିବାକୁ ଟିକେ ଅଜବ ଲାଗିଲେ ବି ଏକଥା ଏକଦମ ସତ | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶ କାନପୁରର ଗିଗୋରା ଗାଁରେ ରୁହନ୍ତି ଆନନ୍ଦ ପ୍ରଜାପତି | ଜଣେ ଶିକ୍ଷିତ ଯୁବକ ଭାବେ ବେଶ ଜଣାଶୁଣା ଆନନ୍ଦ ଯେତେବେଳେ ନିଜ ଅଞ୍ଚଳରେ ପିଲାମାନେ ପାଠ ନ ପଢି ଏଣେତେଣେ ବୁଲୁଥିବାର ଦେଖିଥିଲେ ସେ ସେମାନଙ୍କୁ ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଥିଲେ | ସିଭିଲ ସର୍ଭିସ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଆନନ୍ଦ ପ୍ରତିଦିନ ୫୦ ଜଣ ପିଲାଙ୍କୁ ପାଠ ପଢ଼ାଇଥାନ୍ତି | ତେବେ ଆନନ୍ଦଙ୍କ ପାଠ ପଢ଼ାଇବା ଦେଖି ପିଲାମାନଙ୍କ ଅଭିଭାବକ ତାଙ୍କୁ ମାସିକ ପାରିଶ୍ରମିକ ଦେଇଥିଲେ ବି ସେ ଏହାକୁ ନେବାକୁ ମନା କରିଦେଇଥିଲେ |

ଆନନ୍ଦ ପିଲାମାନଙ୍କ ଅଭିଭାବକମାନଙ୍କ ପାଖରୁ ମାସକୁ କେବଳ ୧ ଟଙ୍କା ନେବାକୁ ହିଁ ନିଷ୍ପତ୍ତି ନେଇଥିଲେ | ତେବେ ଏହି ୧ ଟଙ୍କାକୁ ସେ ନିଜ ପାଇଁ ବ୍ୟବହାର କରିନଥାନ୍ତି | ଏହି ଟଙ୍କାରେ ସେ ଚକଖଡ଼ି ସହ କଲମ କିଣିଥାନ୍ତି ଓ ଯେଉଁମାନଙ୍କ ପାଖରେ କଲମ କିଣିବା ପାଇଁ ଟଙ୍କା ନଥାଏ ସେମାନଙ୍କୁ ଦେଇଥାନ୍ତି |

सिर्फ एक रुपये में बच्चों को पढ़ा रहे आनंद
photo-amar ujala

ଆନନ୍ଦ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବିଏସସି ପାସ୍ କରିଥିବାବେଳେ ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ପ୍ରାୟ ୫୦ ଜଣ ପିଲା ତାଙ୍କ ଘରକୁ ପାଠ ପଢିବାକୁ ଆସନ୍ତି। ଲକଡାଉନ ଯୋଗୁଁ ଗତବର୍ଷଠାରୁ ପିଲାଙ୍କ ପାଠପଢ଼ାରେ ଯେତେବେଳେ ଡୋରି ବାନ୍ଧି ହୋଇଯାଇଥିଲା ସେବେଠାରୁ ଆନନ୍ଦ ପିଲାମାନଙ୍କୁ ପାଠ ପଢାଇଆସୁଛନ୍ତି |

The post ମାସକୁ ମାତ୍ର ୧ଟଙ୍କାରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଏହି ଯୁବକ first appeared on Sambad.

from ବିଶେଷ | Sambad https://ift.tt/3t8qfXu

Post a Comment

0 Comments