
ଜମ୍ବିର ବା ଟଭା ପ୍ରଜାତିର ଏହି ଫଳର ନାମ ‘ବୁଦ୍ଧଙ୍କ ହାତ’। ଏହି ବିଚିତ୍ର ଫଳରେ ପାଞ୍ଚ ବା ତା’ଠାରୁ ଅଧିକ ଅଙ୍ଗୁଳି ଥାଏ। ରଙ୍ଗ ଗାଢ଼ ହଳଦିଆ। ଅଙ୍ଗୁଳିଗୁଡ଼ିକ କେତେ ବେଳେ ସିଧା ତ କେତେ ବେଳେ ଅଙ୍କା-ବଙ୍କା। ଏହି ଫଳ ଲେମ୍ବୁ ଭଳି ଖଟା। ଏହାକୁ ଖାଦ୍ୟରେ ବ୍ୟବହାର କରାଯାଏନାହିଁ। ବିଭିନ୍ନ ପ୍ରକାରର ଅତର ଏବ˚ ଡିଓଡରେଣ୍ଟ୍ ତିଆରିରେ ଏହାର ତେଲ ବହୁଳ ଭାବେ ବ୍ୟବହୃତ ହୁଏ। ଜାପାନ ଓ ଚାଇନାରେ ଶହ ଶହ ବର୍ଷ ହେଲା ଏହାର ଚାଷ ହୋଇଆସିଲାଣି। ଚାଇନିଜ୍ମାନେ ସୁରା ପ୍ରସ୍ତୁତିରେ ଏହାର ରସ ବ୍ୟବହାର କରୁଥିବା ଜଣାଯାଏ। ଜାପାନର ବୌଦ୍ଧ ମନ୍ଦିରଗୁଡ଼ିକରେ ଏହା ପୂଜାରେ ଲାଗେ। ବନ୍ଦ ଅଙ୍ଗୁଳି ବିଶିଷ୍ଟ ବୁଦ୍ଧଙ୍କ ହାତକୁ ଜାପାନୀମାନେ ଅତି ପବିତ୍ର ମନେକରନ୍ତି।
The post ଫଳର ନାମ ‘ବୁଦ୍ଧଙ୍କ ହାତ’! first appeared on Sambad.from ବିଶେଷ | Sambad https://ift.tt/3vQmGqq
0 Comments