ନିଜ ଜୀବନକୁ ଖାତିର ନକରି ରେଳଧାରଣାରୁ ବୃଦ୍ଧଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କଲେ କନଷ୍ଟେବଳ

ମୁମ୍ବାଇ: ‘ଯାହାକୁ ରଖିବ ଅନନ୍ତ କି କରି ପାରିବ ବଳବନ୍ତ’। ଏହି ଉକ୍ତିର ଏକ ଜ୍ବଳନ୍ତ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ରେଳ ଧାରଣାରେ ପଡ଼ି ଯାଇଥିବା ଜଣେ ୬୦ବର୍ଷର ବୃଦ୍ଧଙ୍କୁ ଉଦ୍ଧାର କରିବା ପାଇଁ ଜଣେ କନଷ୍ଟେବଳ ‌ଦେବଦୂତ ସାଜି ପହଞ୍ଚିଥିଲେ। ଆଉ ନିଜ ଜୀବନକୁ ଖାତିର ନକରି ବୃଦ୍ଧଙ୍କୁ ମରଣ ମୁହଁରୁ ଉଦ୍ଧାର କରିଥିଲେ।

ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବୃଦ୍ଧ ରେଳଧାରଣାରେ ଫସି ଯାଉଛନ୍ତି। ଆଉ ବୃଦ୍ଧଙ୍କୁ ଏପରି ଅବସ୍ଥାରେ ଦେଖି ପ୍ଲାଟଫର୍ମରେ ଡିୟୁଟିରେ ଥିବା ପୁଲିସ  କନଷ୍ଟେବଳ ତାଙ୍କୁ ଉଦ୍ଧାର ପାଇଁ ଧାଇଁ ଯାଉଥିବା ଦେଖିବାକୁ ମିଳିଛି। ।  |

 

ଭିଡିଓରେ ଆପଣ ଦେଖିପାରୁଥିବେ କି ଟ୍ରେନଟି ବୃଦ୍ଧ ଓ କନେଷ୍ଟବଳଙ୍କ କେତେ ନିକଟରେ ରହିଛି। ଏହା ସ‌ତ୍ତ୍ବେ ବି ପୁଲିସ କନେଷ୍ଟବଳ ଜଣକ ସାହାସ ଦେଖାଇ  ବୃଦ୍ଧଙ୍କୁ ଧାରଣାରୁ ଟାଣି ଆଣିଥିଲେ। ସୋସିଆଲ ମିଡିଆରେ ଉକ୍ତ କନଷ୍ଟେବଳଙ୍କ ସାହାସ ଓ ଉପସ୍ଥିତ ବୁଦ୍ଧିକୁ ଦେଖି ଲୋକମାନେ ବେଶ ପ୍ରଶଂସା କରୁଛନ୍ତି।

The post ନିଜ ଜୀବନକୁ ଖାତିର ନକରି ରେଳଧାରଣାରୁ ବୃଦ୍ଧଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କଲେ କନଷ୍ଟେବଳ first appeared on Sambad.



from ବିଶେଷ – Sambad https://ift.tt/3ndYSaC

Post a Comment

0 Comments