ପୋଲରୁ ପଡ଼ି ରାତି ସାରା ଗଙ୍ଗା ନଦୀରେ ଭାସିବା ପରେ ସକାଳୁ ଜୀବିତ ଅବସ୍ଥାରେ ଉଦ୍ଧାର ହେଲେ ମହିଳା

ନୂଆଦିଲ୍ଲୀ: କଥାରେ ଅଛି ‘ରଖେ ହରି ତ ମାରେ କିଏ’? ବିହାରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ବୈଶାଳୀ ଜିଲ୍ଲାରେ ଜଣେ ମହିଳା ରାତି ସାରା ଗଙ୍ଗା ନଦୀର ଥଣ୍ଡା ପାଣିର ସ୍ରୋତରେ ଭାସୁଥିବା ସ‌ତ୍ତ୍ବେ ସକାଳୁ ଲୋକେ ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।

ସୂଚନାଯୋଗ୍ୟ, ସୋମବାର ରାତିରେ ଅନିତା ଦେବୀ ନାମକ ଜଣେ ମହିଳା ଏକ ଅଟୋରେ ଯାଉଥିଲେ। ଏହି ସମୟରେ ସେ ଅସୁସ୍ଥ ଅନୁଭବ କରିଥିଲେ। ଅଟୋ ଚାଳକଙ୍କୁ କହି ସେ ଗଙ୍ଗା ନଦୀ ଉପରେ ତିଆରି ହୋଇଥିବା କାଠ ପୋଲ ଉପରେ ଓହ୍ଲାଇ ବସି ପଡ଼ିଥିଲେ। ଏହି ସମୟରେ ଅସାବଧାନତା ହେତୁ ସେ ଗଙ୍ଗା ନଦୀରେ ପଡ଼ି ଯାଇଥିଲେ। । ତେବେ ମଙ୍ଗଳବାର ସକାଳୁ କିଛି ମାଛ ଧରାଳି ମହିଳାଙ୍କୁ ଗଙ୍ଗା ନଦୀରେ ଭାସୁଥିବା ଦେଖି ଅନ୍ୟମାନଙ୍କୁ ଖବର ଦେଇ ଉଦ୍ଧାର କରିଥିଲେ।

ମହିଳାଙ୍କୁ ଉଦ୍ଧାର କରିବା ପରେ ମାଛଧରାଳିମାନେ  ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାରଣ ସେ ଯେଉଁ ମହିଳାଙ୍କୁ ମୃତ ଭାବି ପାଣିରୁ ଉଦ୍ଧାର କରିଥିଲେ ସେ ଜୀବିତ ଥିଲେ। ସେମାନେ ମହିଳାଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ  ଚିକିତ୍ସା ପରେ ମହିଳା ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ।

The post ପୋଲରୁ ପଡ଼ି ରାତି ସାରା ଗଙ୍ଗା ନଦୀରେ ଭାସିବା ପରେ ସକାଳୁ ଜୀବିତ ଅବସ୍ଥାରେ ଉଦ୍ଧାର ହେଲେ ମହିଳା first appeared on Sambad.



from ବିଶେଷ – Sambad https://ift.tt/3mJmSCh

Post a Comment

0 Comments