ଜିନିଷ ଡେଲିଭର କରିବାକୁ ଯିବା ପୂର୍ବରୁ ଘର ବାହାରେ ଏଭଳି କାମ କଲେ ଯୁବକ, ଭିଡିଓ ସେୟାର କରି ଖୋଜୁଛନ୍ତି ଘର ମାଲିକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପୂର୍ବରୁ ଅନେକ ଭିଡିଓ ଭାଇରାଲ ହୋଇଛି, ଯାହା ପାଇଁ କିଛି ଲୋକ ରାତାରାତି ଚର୍ଚ୍ଚିତ ହୋଇଥିବା ଆମ‌େ ଦେଖିଛେ। ଏବେ ପୁଣି ଥରେ ଜଣେ ଡେଲିଭରି ବଏଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଟୁଇଟ କରି  ଜିନିଷ ପାଇଥିବା ଘରର ମାଲିକ ଡେଲିଭରି ବଏଙ୍କୁ ଖୋଜୁଛନ୍ତି।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଡେଲିଭରି ବଏଜଣଙ୍କ ଜିନିଷ ଡେଲିଭର କରିବାକୁ ଆସି ଘର ବାହାରେ ନାଚିବା ଆରମ୍ଭ କରୁଛନ୍ତି। ନିଜର ନାଚିବାର ଦକ୍ଷତା ଦେଖାଇବା ପରେ ସେ ଘରେ ଜିନିଷ ଦେଇ ବାହାରକୁ ଆସୁଛନ୍ତି। ନିଜ ଗାଡ଼ି ପାଖକୁ ଯିବା ପୂର୍ବରୁ ସେ ପୁଣି ଥରେ ନାଚିବା ଆରମ୍ଭ କରୁଛନ୍ତି। ଏହି ଦୃଶ୍ୟ ଘର ବାହାରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ବେଳେ ଏବେ ଘରର ମାଲିକ ଭିଡିଓକୁ ଟୁଇଟରରେ ସେୟାର କରିଛନ୍ତି। ଏହା ସହ ଲେଖିଛନ୍ତି ଯେ, କିଏ ମୋତେ ଏହି ଯୁବକଙ୍କ ଠିକଣା ଦେବେ କି, ଯିଏ ମ‌ୋ ମା’ଙ୍କ ଅର୍ଡର ଡେଲିଭର କରିଥିଲେ। ସେ ଏକ ଖ୍ରୀଷ୍ଟମାସ ବୋନସ ପାଇଁ ଯୋଗ୍ୟ ଅଟନ୍ତି।

ଭିଡିଓ ଟୁଇଟ କରାଯିବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି।

The post ଜିନିଷ ଡେଲିଭର କରିବାକୁ ଯିବା ପୂର୍ବରୁ ଘର ବାହାରେ ଏଭଳି କାମ କଲେ ଯୁବକ, ଭିଡିଓ ସେୟାର କରି ଖୋଜୁଛନ୍ତି ଘର ମାଲିକ first appeared on Sambad.



from ବିଶେଷ – Sambad https://ift.tt/2JkSuR6

Post a Comment

0 Comments