ବୌଦ୍ଧ ମଠର କୁଙ୍ଗ୍‌ ଫୁ ସନ୍ନ୍ୟାସିନୀ

ନେପାଲରେ ଅବସ୍ଥିତ ଏକ ବୌଦ୍ଧ ମଠର ନାମ- ‘ଡ୍ରୁକ୍‌ ଅମିତାଭ ମାଉଣ୍ଟେନ୍‌ ନନେରି’। ଏହା ବିଶ୍ବର ସ˚ଭବତଃ ଏକମାତ୍ର ବୌଦ୍ଧ ମଠ, ଯେଉଁଠି ସନ୍ନ୍ୟାସିନୀମାନଙ୍କୁ କୁଙ୍ଗ୍‌ ଫୁ ସାମରିକ କଳା ଶିଖାଯାଉଛି। ଏହା ଦ୍ବାରା ସେମାନଙ୍କର ଧାର୍ମିକ ଜୀବନ ମଧ୍ୟ ସକାରାତ୍ମକ ଭାବେ ପ୍ରଭାବିତ ହେଉଥିବା ପ୍ରକାଶ। ଏହି ମଠକୁ ଏକ ଆଧୁନିକ ମଠ କହାଯାଇପାରେ। କାରଣ, ଏଠାରେ ସନ୍ନ୍ୟାସିନୀମାନଙ୍କୁ ଇ˚ଲିସ୍‌ ଭାଷା ମଧ୍ୟ ଶିକ୍ଷା ଦିଆଯାଉଛି। ସନ୍ନ୍ୟାସିନୀମାନଙ୍କ ଜୀବନକୁ ଅସୀମିତ କରିବା ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ। ଏକଦା ବୌଦ୍ଧ ସନ୍ନ୍ୟାସିନୀମାନଙ୍କ ପାଇଁ କୁଙ୍ଗ୍‌ ଫୁ ତଥା ଅନ୍ୟ ସାମରିକ କଳା ଶିକ୍ଷା ନିଷିଦ୍ଧ ଥିଲା। ବୌଦ୍ଧ ମଠମାନଙ୍କରେ ସେମାନଙ୍କ ଜୀବନ ରୋଷେଇ, ବଗିଚା କାମ ଆଦି ମଧ୍ୟରେ ସୀମିତ ଥିଲା। ଏହାକୁ ନେଇ ଛବିଶ ବର୍ଷ ତଳେ ନେପାଲର ଏକ ମଠରେ ଅସନ୍ତୋଷ ଦେଖାଦେଇଥିଲା। ଦଳେ ସନ୍ନ୍ୟାସିନୀ ସେହି ମଠ ଛାଡ଼ି, ନୂତନ ମଠ ଗଠନ କରିଥିଲେ।

The post ବୌଦ୍ଧ ମଠର କୁଙ୍ଗ୍‌ ଫୁ ସନ୍ନ୍ୟାସିନୀ first appeared on Sambad.



from ବିଶେଷ – Sambad https://ift.tt/2KkzZMx

Post a Comment

0 Comments