
ଅଧିକାଂଶ ଜଳପ୍ରପାତ ଖସଡ଼ା। କେତେକ ଏତେ ଖସଡ଼ା ଯେ, ତଳୁ ଉପରକୁ ଚଢ଼ିବା ଅସଂଭବ। ତେବେ, ଥାଇଲାଣ୍ଡ୍ରେ ଥିବା ବୁଆ ଥଂଗ୍ ଜଳପ୍ରପାତ ଏକ ବ୍ୟତିକ୍ରମ। ଏହା ଉପରକୁ ଚଢ଼ିବା ବା ଓହ୍ଲାଇବା ବେଶ୍ ସହଜ। କୌଣସି ସ୍ବତନ୍ତ୍ର ଯନ୍ତ୍ରପାତିର ସହାୟତା ବିନା ଏହା ଉପରକୁ ଚଢ଼ାଯାଇପାରେ।
ଏହି ପ୍ରପାତ ଚିଆଂ ମେଇ ପ୍ରଦେଶରେ ଅବସ୍ଥିତ। ଯେଉଁ ପ୍ରସ୍ତର ଶଯ୍ୟା ଉପରେ ଏହା ପ୍ରବାହିତ, ତାହା ଅତି ଅଠାଳିଆ ହୋଇଥିବାରୁ ଚଢ଼ିବା ବେଳେ ଆଦୌ ପାଦ ଖସେନାହିଁ। ଏହା ଉପରକୁ ଉଠିବା ପାଇଁ କୌଣସି ସାବଧାନତା ଲୋଡ଼ାନାହିଁ। ଚୂନ ପଥର ଶଯ୍ୟା ଉପରେ ପ୍ରପାତ ତଳକୁ ଧାବମାନ। ପଥର ଉପରେ ଶିଉଳି ବସୁ ନ ଥିବାରୁ ପାଦ ଖସେନାହିଁ। ପାଣି ବେଶ୍ ସ୍ବଚ୍ଛ। ବୁଆ ଥଂଗ୍ ପ୍ରପାତ ଥାଇଲାଣ୍ଡ୍ର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ।
The post ଅଠାଳିଆ ଜଳପ୍ରପାତ! first appeared on Sambad.
from ବିଶେଷ – Sambad https://ift.tt/3nQLo5c
0 Comments